ରାସ୍ତା ଦୁର୍ନୀତି ଢାଙ୍କିବାକୁ ପ୍ରୟାସ : ପାଇଖାନା ଭାଙ୍ଗିଦେଲେ ସରପଞ୍ଚ

ରାସ୍ତା ଦୁର୍ନୀତି ଢାଙ୍କିବାକୁ ପ୍ରୟାସ : ପାଇଖାନା ଭାଙ୍ଗିଦେଲେ ସରପଞ୍ଚ

ଦେଓଗାଁ : ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରି ଗାଁରେ ହୋଇଥିବା ଏକ ରାସ୍ତା କାମର ଦୁର୍ନୀତି ଘୋଡ଼ାଇବା ପାଇଁ ସରପଞ୍ଚ ଏକ ବ୍ୟକ୍ତିଗତ ପାଇଖାନା ଭାଙ୍ଗି ଦେଇଛନ୍ତି। ଏହି ଘଟଣା ବ୍ଲକ୍‌ରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସାରେ, ଏହି ପଞ୍ଚାୟତ କୁଦେଇପଡ଼ାଠାରେ ହୋଇଥିବା କଂକ୍ରିଟ କାମ ପାଇଁ ପାଇଖାନା କାନ୍ଥରେ ସୂଚନା ଫଳକ ଲେଖାଯାଇଥିଲା। ଏହି ରାସ୍ତା ମରାମତି କାମ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ କମିସନ ପାଣ୍ଠିରୁ ୫୦ହଜାର ଓ ମନ୍‌ରେଗା ଯୋଜନାରୁ ୫୦ ହଜାର ଏପରି ସମୁଦାୟ ଏକଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ରାସ୍ତା ଆରମ୍ଭରୁ ତିରିଶରୁ ଚାଲିଶ ଟ୍ରିପ୍‌ ମାଟି ରାସ୍ତା ଉପରେ ପକାଇ ଲକ୍ଷେ ଟଙ୍କା ଆତ୍ମସାତ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାସ୍ତା କାମର ଦୁର୍ନୀତିକୁ ଲୁଚାଇବା ପାଇଁ ସ୍ୱଚ୍ଛ ଭାରତ ଯୋଜନାରୁ ତିଆରି ହୋଇଥିବା ପାଇଖାନାକୁ ଲୋକ ଲଗାଇ ସରପଞ୍ଚ ଭାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ସଂପର୍କ‌େରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସରପଞ୍ଚ ବାଳକ ପଧାନଙ୍କୁ ପଚାରିବାରୁ ରାସ୍ତା କାମରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସେ କହିଥିଲେ। ଜିଲ୍ଲାପାଳ ଏ ନେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏହା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ମେହେରଙ୍କ ନିଜ ପଞ୍ଚାୟତ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe