ପଞ୍ଚାୟତିରାଜ ବ୍ୟବସ୍ଥାରେ ନିଷ୍ଠାର ମୂଲ୍ୟ ଏତିକି: ପାଞ୍ଚବର୍ଷ ତଳେ ଲୋକଙ୍କ ପ୍ରିୟ ସରପଞ୍ଚ ଆଜି ପରିବା ବିକୁଛନ୍ତି

ପଞ୍ଚାୟତିରାଜ ବ୍ୟବସ୍ଥାରେ ନିଷ୍ଠାର ମୂଲ୍ୟ ଏତିକି: ପାଞ୍ଚବର୍ଷ ତଳେ ଲୋକଙ୍କ ପ୍ରିୟ ସରପଞ୍ଚ ଆଜି ପରିବା ବିକୁଛନ୍ତି

ରା. ଉଦୟଗିରି : କୁହାଯାଏ ରାଜନୀନିରେ ଥରେ ସଫଳ ହେଲେ ୧୪ ପୁରୁଷ ଯାଏ ଚିନ୍ତା ଯାଏ। ହେଲେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ବସ୍ତ୍ରିଗୁଡ଼ା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ମଣ୍ଡଳଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳେ। ଜନସେବା ଓ ରାଜ‌ନୀତି ଉଭୟ କ୍ଷେତ୍ରରେ ସଫଳତା ସତ୍ତ୍ବେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନନେତାର ମାନ୍ୟତା ଓ ପ୍ରତିଷ୍ଠା ମିଳିପାରି ନାହିଁ।

ଚୈତନ୍ୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଆଜି ଅବହେଳିତ। ପଞ୍ଚାୟତିରାଜ ବ୍ୟବସ୍ଥା ଆସିବା ପରେ ଗ୍ରାମାଞ୍ଚଳ ଜନତାଙ୍କ ହାତକୁ କ୍ଷମତା ଓ ଜନପ୍ରତିନିଧିଙ୍କ ଆର୍ଥିକ ସ୍ଥିତ ସ୍ବଚ୍ଛଳ ହୋଇଥିବା ସରକାର କହୁଥିବା ବେଳେ ତାର ବାସ୍ତବରେ ଚୈତନ୍ୟଙ୍କ ଭଳି ନିଷ୍ଠାବାନ ଓ ପ୍ରକୃତ ଜନସେବାରେ ନିୟୋଜିତ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ ବୋଲି ଜଣାପଡ଼ୁଛି। ସେ ଦିନର ଲୋକପ୍ରିୟ ଜନପ୍ରତିନିଧି ଆଜି ନିଜ ପାଇଁ ସଂଘର୍ଷ କରୁଛନ୍ତି। ଏବେ ସେ ସରକାରୀ ଅନୁକମ୍ପା ଭାବେ ୫ ଶହ ଟଙ୍କା ପାଉଥିବା ବେଳେ ଆଜିର ମହରଗ ଦୁନିଆରେ ତାହା ସମୁଦ୍ରକୁ ଶଂଖେ ପରି। ନିଜ ପରିବାର ପ୍ରତିପୋଷଣ ପାଇଁ ମଧ୍ୟ ସେ ସକ୍ଷମ ନୁହଁନ୍ତି। ଫଳରେ ଦୈନିକ ହାଟରେ ରାସ୍ତାକଡ଼େ ପରିବାର ସହ ବସି ପରିବା ବିକି ଘର ଚଳାଉଛନ୍ତି। ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳିପାରିଲେ ଚୈତନ୍ୟ ଖୁସିରେ ପରିବାର ଚଳାଇ ପାରନ୍ତେ ବୋଲି କହିଛନ୍ତି।

publive-image

ଦିନ ଥିଲା ଚୈତନ୍ୟ ସାରା ପଞ୍ଚାୟତର ସୁଖଦୁଃଖ ବୁଝୁଥିଲେ। ପଞ୍ଚାୟତବାସୀଙ୍କ ସୁଖଦୁଃର ସାଥି ଥିଲେ। କେହି କେବେ ଅସୁବିଧାରେ ପଡ଼ିଲେ ସହାୟତା ପାଇଁ ସେ ଆଗ ତାଙ୍କ ଦୁଆରେ ଛିଡ଼ା ହୋଇ ଯାଉଥିଲେ। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ରଖି ପଞ୍ଚାୟତର ବିକାଶ ଓ ପ୍ରତି ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବପ୍ନ ଦେଖୁଥିଲେ। ହେଲେ ସମୟ ସହ ଆଜି ସବୁ କିଛି ବଦଳିଯାଇଛି। ସରପଞ୍ଚ ଭାବେ ସମସ୍ତଙ୍କ ଦୁଃଖ ଶୁଣୁଥିବା ଲୋକଟି ଆଜି ନିଜ ପରିବାର ପ୍ରତିପୋଷଣ ପାଇଁ ରାସ୍ତାକଡ଼େ ବସି ପରିବା ବିକ୍ରି କରୁଛି।

ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ରେ ୫ ବର୍ଷ ତଳେ ନୂଆ କରି ଗଠିତ ବସ୍ତ୍ରୀଗୁଡ଼ା ପଞ୍ଚାୟତର ପ୍ରଥମ ସରପଞ୍ଚ ହୋଇଥିଲେ ଚୈତନ୍ୟ ମଣ୍ଡଳ। ସରପଞ୍ଚ କାର୍ଯ୍ୟକାଳ ସମୟରେ ସେ ନିଷ୍ଠାର ସହ ଲୋକଙ୍କ ସୁଖଦୁଃଖର ସାଥି ହେବା ସହ ସେମାନଙ୍କ ସମସ୍ୟାର ସମାଧାନ କରି ଆସିଲେ। ଏଥଇିପାଇଁ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ହେଲେ ଶାସନ ସରିବା ପରେ କ୍ଷମତା ଗଲଶ, ଏବେ ନିଜେ ଅସହାୟ ପାଲଟି ଯାଇଛନ୍ତି। ପରିବାର ମୁହଁରେ ଦୁଇ ଓଳା ଖାଦ୍ୟ ଦି ମୁଠା ଦେବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ବାପା, ଜେଜେ ଅମଳରୁ ଥିବା ଜମି ଖଣ୍ଡିକରେ ଯାହା ପରିବା, କଦଳୀ ଓ ଫୁଲ ଅମଳ ହେଉଛି ତାକୁ ସ୍ତ୍ରୀ ଓ ପିଲାଙ୍କ ସହ ବଜାରରେ ବସି ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଯେଉଁଦିନ ଭଲ ବେପାର ହେଉନି ସେଦିନ ଚୁଲି ଜଳିବା କଷ୍ଟକର ହୋଇପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe