ବିଧାନସଭା ସମ୍ମୁଖରେ ସରପଞ୍ଚ ମହାସଂଘର ବିକ୍ଷୋଭ ୧୪ରେ

Advertisment
୧୦ ଦଫା ଦାବିରେ ଆନ୍ଦୋଳନ କରିବେ ବିଦ୍ୟୁତ୍‌ କର୍ମଚାରୀ

Photo by : iStock

ଭୁବନେଶ୍ୱର : ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ମହାସଂଘର ରାଜ୍ୟ ସଭାନେତ୍ରୀ ପୁଷ୍ପା ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ପଟୁଆର ଭୁବନେଶ୍ୱର ରେଳ ଷ୍ଟେସନ୍‌ଠାରୁ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ। ଓଡ଼ିଶାର ୩୧୪ଟି ବ୍ଲକ୍‌ରୁ ୬୬୬୫ ଜଣ ସରପଞ୍ଚ ଏକତ୍ରିତ ହୋଇ ସେଠାରେ ଏକ ପ୍ରତିବାଦ ସଭା କରିବେ। ଏହାପରେ ସେମାନଙ୍କର ଏକ ପ୍ରତିନିଧି ଦଳ ୭ଦଫା ସମ୍ବଳିତ ଦାବିପତ୍ର ଧରି ବିଧାନସଭା ଭିତରକୁ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରିବେ। ମହାସଂଘର ୭ ଦଫା ଦାବି ମଧ୍ୟରେ ସରପଞ୍ଚମାନଙ୍କ ବିରୋଧରେ ଓ୍ଵାର୍ଡସଭ୍ୟମାନେ ଆଣୁଥିବା ଅନାସ୍ଥା ପ୍ରସ୍ତାବକୁ ଉଚ୍ଛେଦ, ମାସିକ ଭତ୍ତା ୧୮୭୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି, ପୂର୍ବତନ ସରପଞ୍ଚମାନଙ୍କୁ ୨ ହଜାର ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ ଆଦି ରହିଛି ବୋଲି କର୍ମକର୍ତାଙ୍କ ଏକ ବୈଠକ ପରେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe