ଗ୍ରାମବାସୀଙ୍କ ସହଯୋଗରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ, ଡାକ୍ତରୀ ଟିମ୍ ନଦୀ ପାର ହୋଇ ନ ପାରି ଆରପଟକୁ ଫିଙ୍ଗିଥିଲେ ଔଷଧ

Advertisment
ଗ୍ରାମବାସୀଙ୍କ ସହଯୋଗରେ ଅସ୍ଥାୟୀ ପୋଲ ନିର୍ମାଣ କଲେ ସରପଞ୍ଚ, ଡାକ୍ତରୀ ଟିମ୍ ନଦୀ ପାର ହୋଇ ନ ପାରି ଆରପଟକୁ ଫିଙ୍ଗିଥିଲେ ଔଷଧ

ନବରଙ୍ଗପୁର: ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବଢ଼ିବାରୁ ଝାଡାବାନ୍ତିରେ ଆକ୍ରାନ୍ତ ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁଳସୀପଦରକୁ ଯାଇପାରୁ ନାହାନ୍ତି ଡାକ୍ତରୀ ଟିମ୍। ଗତକାଲି ଡାକ୍ତରୀ ଟିମ୍ ତୁଳସୀପଦରକୁ ଯାଇ ନପାରି ନଦୀ କୂଳରେ ରହି ଆରପଟକୁ ଔଷଧ ଫିଙ୍ଗିଦେଇ ଗାଁରେ ପହଞ୍ଚାଇବା ସହ ନଦୀକୂଳରେ ଥାଇ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ । ଏ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଆଜି ମଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ବଜ ମାଝୀ ନିଜ ଉଦ୍ୟମରେ ଗଛ ଗଣ୍ଡି ଓ ବିଦ୍ୟୁତ୍ ପୋଲ ସଂଗ୍ରହ କରି ଟ୍ରାକ୍ଟର ସାହାଯ୍ୟରେ ଆଣି ଥିଲେ। ତୁଳସୀପଦର ଗ୍ରାମବାସୀଙ୍କ ସହାୟତାରେ ନଦୀରେ ଏକ ବିଦ୍ୟୁତ୍ ଖୁଣ୍ଟ ଓ ଖୁଣ୍ଟର ୨ ପଟେ ୨ଟି ଲମ୍ବା କାଠ ଗଣ୍ଡି ପକାଇ ଅପରାହ୍ନ ୪ ଘଣ୍ଟା ସମୟରେ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ। ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.ପ୍ରୀୟ ରଂଜନ ବାହାଲି ଓ ଟିମ୍ ସେହି ଗ୍ରାମକୁ ଅସ୍ଥାୟୀ ପୋଲ ଦେଇ ଯାଇଥିଲେ ଗାଁରେ ପହଞ୍ଚିଥିଲେ। ଗାଁ ରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।

publive-image

ସେହିପରି ଭାବେ ପାପଡାହାଣ୍ଡି ବିଡିଓ ଓ ତହସିଲଦାର ବି ଅନୁରୂପ ଭାବେ ସେହି ଅସ୍ଥାୟୀ ପୋଲ ଦେଇ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ। ବାରମ୍ବାର ଡାକ୍ତରୀ ଟିମ୍ ତୁଳସୀପଦର ଗ୍ରାମକୁ ଗ୍ରସ୍ତ କରି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତଥାପି ଥମୁନି ଗାଁରେ ଝାଡାବାନ୍ତି। ଆଜି କଳ୍ପନା ସାନ୍ତା ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସଂଧ୍ୟା ୭ ଘଣ୍ଟା ସମୟରେ ସୁକଦେବ ସାନ୍ତା ଓ ସୁନି ସାନ୍ତା ନାମକ ୨ ଜଣ ଶିଶୁଙ୍କୁ ମଇଦଲପୁର ଡାକ୍ତରଖାନାକୁ ଅଣାଯାଇଥିବା ଜଣାପଡିଛି। ତେବେ ଲଗାଣ ବର୍ଷା ଯୋଗୁଁ ଝାଡାବାନ୍ତି ଲାଗିରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe