ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

Advertisment
ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତି ସଭାକକ୍ଷରେ ଗତକାଲି ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ରମାଲତା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ ଜନଶୁଣାଣି ବେଳେ ସରପଞ୍ଚ ରମାଲତା ଏବଂ ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଦିଲ୍ଲୀପ କୁମାର ମାର୍ଥା ବେଆଇନ ବାଲିଘାଟ ବନ୍ଦ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ କରି ସାରି ଫେରୁଥିବା ସମୟରେ ସମିତି ପରିସରରେ ଜଣେ ଯୁବକ ହଠାତ ରମାଲତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ତାଙ୍କ ସମର୍ଥକ ଦିଲ୍ଲୀପଙ୍କୁ ଅନୁରୂପ ଭାବେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ରମାଲତା ଏସଂପର୍କରେ ପୁଣି ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଏନେଇ ଶିବିରରେ ଉତ୍ତେଜନା ଦେଖାଦେଇଥିଲା।‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe