ପାରଳାଖେମୁଣ୍ଡି: ବଡ ଗୋଶାନୀ ଗ୍ରାମ ପଞ୍ଚାୟତ ସରପଞ୍ଚ ବି. ମୋହନ ରାଓ ଗତକାଲି ନିଜ ପଞ୍ଚାୟତରେ ଥିବା ଆଂକୁଡୁ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ପାଠ ପଢ଼ାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ବି. ମୋହନ ରାଓ ଏକ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ବଡ ଗୋଶାଣୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେ ଏବେ ଅବସରପ୍ରାପ୍ତ ଶିକ୍ଷକ ଭାବେ ନିଜ ଅଞ୍ଚଳରେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଗତକାଲି ଆଂକୁଡୁ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥିଲେ। ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବି. ମୋହନ ରାଓ ସରପଞ୍ଚ ହେବା ପରଦିନ ଠାରୁ ବଡ ଗୋଶାଣୀର ବିଭିନ୍ନ ଗ୍ରାମର ସରକାରୀ ବିଦ୍ୟାଳୟରେ ଶିକ୍ଷକମାନେ ନିୟମିତ ଭାବେ ବିଦ୍ୟାଳୟକୁ ଆସୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ ମତ ରଖିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us