ସରପଞ୍ଚଙ୍କୁ ବାନ୍ଧି ନିସ୍ତୁକ ମାଡ଼

Advertisment

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ କେଶାଇବାହାଲ ପଞ୍ଚାୟତ ସରପଞ୍ଚ ବାଣେଶ୍ୱର ନାଏକଙ୍କ ହାତ ଗୋଡ଼ବନ୍ଧା ଥିବା ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହା ପରେ ମହୁଲପାଲି...

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ କେଶାଇବାହାଲ ପଞ୍ଚାୟତ ସରପଞ୍ଚ ବାଣେଶ୍ୱର ନାଏକଙ୍କ ହାତ ଗୋଡ଼ବନ୍ଧା ଥିବା ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହା ପରେ ମହୁଲପାଲି...

Gù

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ କେଶାଇବାହାଲ ପଞ୍ଚାୟତ ସରପଞ୍ଚ ବାଣେଶ୍ୱର ନାଏକଙ୍କ ହାତ ଗୋଡ଼ବନ୍ଧା ଥିବା ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଏହା ପରେ ମହୁଲପାଲି ପୁଲିସ ଅନୁସନ୍ଧାନ କରି ତାଙ୍କୁ ନିକଟସ୍ଥ ପି. ନିକ୍ତିମାଲ ଗାଁରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ, ବୁଧବାର ରାତିରେ ସରପଞ୍ଚ ଶ୍ରୀ ନାଏକ ପି.ନିକ୍ତିମାଲ ଗାଁକୁ ଯାଇ ସେଠାରେ ଗଣ୍ଡଗୋଳ ଓ ପାଟିତୁଣ୍ଡ କରିବାରୁ ଏହାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ କେତେକ ବ୍ୟକ୍ତି ତାଙ୍କୁ ନିସ୍ତୁକ ମାଡ଼ପିଟ କରିଥିବା ଚର୍ଚ୍ଚା ହେଉଛି।

କେବଳ ସେତିକି ନୁହେଁ, ସରପଞ୍ଚଙ୍କୁ ରାତିସାରା ବାନ୍ଧି ରଖିଥିଲ‌େ। ଗୁରୁବାର ସକାଳେ ମହୁଲପାଲି ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଏ ନେଇ ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କାଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାଟି ସତ କହିଥିଲେ। ତେବେ ଏ ସଂକ୍ରାନ୍ତ‌‌ରେ କୌଣସି ଲିଖିତ ଅଭିଯୋଗ ଆସି ନ ଥିବା କହିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe