ବହଳଦା: ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟରେ ବିଡ଼ିଓ ପି.ସି.ଦାବି କରିବା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅସହଯୋଗ କରିବା ନେଇ ସୋମବାର ମୟୂରଭଞ୍ଜଜିଲ୍ଲା ବହଳଦା ବ୍ଲକର ୧୨ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଉପସ୍ଥିତ ରହି ପ୍ରେସ୍ ମିଟ୍ ଜରିଆରେ ନିଜର ଅସନ୍ତୋଷ ଜଣାଇବା ସହ ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି। 

Advertisment

 ଲାଞ୍ଚୁଆ ବିଡ଼ିଓ

ପ୍ରେସ୍ ମିଟ୍ ଜରିଆରେ ବହଳଦା ବ୍ଲକ ସରପଞ୍ଚ ସଂଘର ସଭାପତି ତଥା ଗମ୍ଭାରିଆ ସରପଞ୍ଚ ବୈଦେହୀ ହାଁସଦା ଅଭିଯୋଗ କରିଛନ୍ତି ଯେ, ବହଳଦା ବିଡ଼ିଓଙ୍କ ଲାଞ୍ଚଖୋର ମନୋବୃତ୍ତି ପାଇଁ ପଞ୍ଚାୟତର ଉନ୍ନୟନ କାମ ଏକ ପ୍ରକାର ଠପ୍ ହୋଇଯାଇଛି।ବିନା ପରସେଣ୍ଟେଜରେ ବହଳଦା ବ୍ଲକରେ କୈାଣସି କାମ ହୁଏନାହିଁ ବୋଲି ଗୁରୁତର ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ:Labor Trafficking: ଖପ୍ରାଖୋଲ ପୁଲିସର ଚଢ଼ାଉ: ଦୁଇ ଶିଶୁ ସମେତ ୮ ଦାଦନ ଶ୍ରମିକ ଉଦ୍ଧାର, ମଧ୍ୟସ୍ଥି ଗିରଫ

୨ ପ୍ରତିଶତ ପିସି ନଦେଲେ ଅଟକି ରହୁଛି ଫାଇଲ୍

ପିସି ନଦେଲେ ଫାଇଲ ମାସ ମାସ ଧରି ଟେବୁଲ୍ ତଳେ ରହିଥାଏ । ପ୍ରତ୍ୟେକ ଉନ୍ନୟନ କାମରେ ୨ ପ୍ରତିଶତ ଅର୍ଥ ନିଜ ପାଇଁ ଦାବି କରୁଥିବା ବେଳେ ମନରେଗା ପରି ଜାତୀୟ କାର୍ଯ୍ୟକ୍ରମକୁ ଅଧିକାରୀ ଜଣକ ଭଣ୍ଡୁର କରୁଛନ୍ତି। ଶ୍ରମିକମାନେ ନିଜ ଅଞ୍ଚଳରେ କାମ ପାଇଲେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ନାହିଁ ଲକ୍ଷ୍ୟ ରଖି ଏ ଯୋଜନା ପ୍ରସ୍ତୁତ କରାଯାଇଛି। ଅଥଚ କରିତ କର୍ମା ଅଧିକାରୀ ସମସ୍ତ ସରକାରୀ ନିୟମକୁ ଫୁ କରି ଦେଇ ନିଜସ୍ବ ପ୍ରସ୍ତୁତ ଗାଇଡଲାଇନ ଅନୁସାରେ ମନ ଇଚ୍ଛା କାମ କରୁଛନ୍ତି।

 ୨୫ ଜଣରୁ ଅଧିକ ଜବକାର୍ଡ ନକରିବାକୁ ନିର୍ଦ୍ଦେଶ

ଏ ଅଧିନିୟମ ଅନୁସାରେ ନିଜ ଗାଁ /ପଞ୍ଚାୟତର ଜବକାର୍ଡଧାରୀ କାମ ଯୋଗାଇବା ପାଇଁ ପାଇଁ ଆବେଦନ କରିଥିଲେ ପ୍ରଶାସନ /କାର୍ଯ୍ୟକାରୀ ସଂସ୍ଥା ସେମାନଙ୍କୁ କାମ ଯୋଗଦେବା ବାଧ୍ୟ, ଅଥଚ ପ୍ରକଳ୍ପ କାମରେ ୨୫ ଜଣରୁ ଅଧିକ ଶ୍ରମିକ ନିୟୋଜିତ ନକରିବାକୁ ବାରଣ ସହ ତାଗିଦ୍ କରୁଛନ୍ତି। ଏହା ସହିତ ସର୍ତ୍ତ ରଖୁଛନ୍ତି।  

ଏହାଠାରୁ ଅଧିକ ହେଲେ ପିସି ବାଦ ଅଧିକା ହଜାରେ ଟଙ୍କା ଲେଖାଏଁ ଦବାକୁ ପଡିବ । ଏନେଇ ପୂର୍ବରୁ ପ୍ରଶାସନ ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଅନ୍ୟ କତ୍ତୃପକ୍ଷଙ୍କୁ ଜଣେଇବା ପରେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇ ନଥିବା ଶଶ ସରପଞ୍ଚ ସ୍ଥଳପଦ୍ମ ହାଁସଦା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଯଦି ନିର୍ବାଚିତ ସରପଞ୍ଚମାନଙ୍କ ପ୍ରତି ବିଡ଼ିଓଙ୍କ ଏହି ପରି ଆଭିମୁଖ୍ୟ ତାହେଲେ ସାଧାରଣ ଲୋକଙ୍କ ପ୍ରତି କଣ ହୋଇଥିବ ବୋଲି ଭିତର ଆମଦା ସରପଞ୍ଚ ଖାତ୍ରୀ କିସ୍କୁ ଅଭିଯୋଗ କରିଛନ୍ତି। 

ବିଡ଼ିଓଙ୍କୁ ତୁରନ୍ତ ବଦଳି  ଦାବି

ବିଭିନ୍ନ ଦୁର୍ନୀତି ଓ ଅନିୟମିତତାରେ ବିଡଓଙ୍କୁ ତୁରନ୍ତ ବଦଳି କରାଯାଉ ନହେଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଆଗରେ ସମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବହଳଦା ସରପଞ୍ଚ ଲକ୍ଷ୍ମଣ ହାଁସଦା, ଅସନା ସରପଞ୍ଚ ବାଲେଶ୍ୱର ମୁର୍ମୁ,ଗିଦିଘାଟି ସରପଞ୍ଚ, ବଡପଳସା ସରପଞ୍ଚ ,ଗୀତାରାଣୀ ହେମ୍ରମ ,ବାସିଙ୍ଗିସରପଞ୍ଚ ମାହୀ ମୁର୍ମୁ,କାଙ୍କି ସରପଞ୍ଚ ସାରଥୀ ହାଁସଦା, ଯଶୀପୁର ସରପଞ୍ଚ କାଶୁ ମାଝୀ, ପ୍ରମୁଖ ୧୨ ଜଣ ଯାକ ସରପଞ୍ଚ ଉପସ୍ଥିତ ଥିଲେ। ରାଇରଙ୍ଗପୁର ଓ ବହଳଦାର ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ:Delhi Blast : ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆଉ ଜଣକୁ ଗିରଫ କଲା NIA

ଅଶୋକ ରାଉତ