ସରପଞ୍ଚଙ୍କ ସ୍ବାମୀ ଓ ନାଏବ ସରପଞ୍ଚ ହାତାହାତି  

Advertisment
ସରପଞ୍ଚଙ୍କ ସ୍ବାମୀ ଓ ନାଏବ ସରପଞ୍ଚ ହାତାହାତି  

Illustration Source

ଧମା: ମାନେଶ୍ବର ବ୍ଲକ୍‌ ଦେଓଗାଁ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଏବଂ ନାଏବ ସରପଞ୍ଚଙ୍କ ମଧ୍ୟରେ ପାଣି ଟ୍ୟାଙ୍କରରେ ଜଳଯୋଗାଣ ବକେୟା ପାଉଣାକୁ ନେଇ ହାତାହାତି ହୋଇଛି। ଏନେଇ ଧମା ଥାନାରେ ୨ଟି ପୃଥକ ମାମଲା ରୁଜୁ‌ ହୋଇଛି। ପ୍ରକାଶ ଯେ ଦେଓଗାଁର ନାଏବ ସରପଞ୍ଚ ରାଧେଶ୍ୟାମ ମାଝି ନିଜ ବନ୍ଧୁଙ୍କ ନିକଟରୁ ପାଣି ଟ୍ୟାଙ୍କର ଆଣି ଗତ ଖରା ଦିନେ  ପାଣି ଛତ୍ର ସହ ପଞ୍ଚାୟତର ବିଭିନ୍ନ ସ୍ଥାନରେ ପିଇବା ପାଣି ଯୋଗାଇଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ତା’ର ପାଉଣା ମିଳି ନାହିଁ।

ଗତ ଗୁରୁବାର ସେ ସରପଞ୍ଚଙ୍କ ସ୍ବାମୀ ଯୋଗେଶ୍ବର ରାଉତଙ୍କୁ ଭେଟି ତାଙ୍କ ପାଉଣା ମାଗିଥିଲେ। ଏଯାଏଁ ଟଙ୍କା ଆସି ନାହିଁ, ଆସିଲେ ଦିଆଯିବ ବୋଲି ଶ୍ରୀ ରାଉତ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପରସ୍ପରକୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ହାତାହାତି ‌ପର୍ଯ୍ୟନ୍ତ କଥା ଯାଇଥିଲା। ‌ଏନେଇ ଉଭୟଙ୍କ ପକ୍ଷରୁ ଧମା ଥାନାରେ ଅଭିଯୋଗ ପରେ ୨ଟି ପୃଥକ୍ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe