ସାରଥିଙ୍କ ପୁଅ ସତ୍ୟମ୍‌ଙ୍କ ବାହାଘର

Advertisment
ସାରଥିଙ୍କ ପୁଅ ସତ୍ୟମ୍‌ଙ୍କ ବାହାଘର

Twitter

ଜଗତସିଂହପୁର : ବହୁଚର୍ଚ୍ଚିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କର ଶନିବାର ଦିନ ପାରାଦୀପ ଉପକଣ୍ଠ ବାଲଡିଆ ଗାଁରେ ବାହାଘର ହୋଇଛି। ଏହି ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି। ଶନିବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ।

ସତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି କନ୍ୟା ଘର ନିକଟରେ ପହଞ୍ଚି ଥିଲେ। ରାସ୍ତାରେ କିଛି ଲୋକ ସତ୍ୟମଙ୍କ ସହ ସେଲ୍‌ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଚାର ହେଉଥିଲା ଯେ, ସାରଥି ମଧ୍ୟ ଆସିବେ। ମାତ୍ର ଏହି ବିବାହ ଉତ୍ସବରେ ତାଙ୍କ ଦେଖା ମିଳି ନଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାରଥିଙ୍କ ପ୍ରତିକ୍ରିୟା ନେବା ପାଇଁ ସେଠାରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe