ସାରୁଅରେ ଓଟିଭି ଜମି ଦୁର୍ନୀତି ମାମଲା : ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ; ଅଭିଯୋଗ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା

Advertisment
ସାରୁଅରେ ଓଟିଭି ଜମି ଦୁର୍ନୀତି ମାମଲା : ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ; ଅଭିଯୋଗ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା

ଭୁବନେଶ୍ବର: ଓଟିଭିର ସାରୁଆ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚ ତନାଘନା ଆରମ୍ଭ କରିଛି । ଆଜି ତଦନ୍ତକାରୀ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ସାରୁଅରେ ପଂହଚି ତଦନ୍ତ କରିଛନ୍ତି । ଏହି ଜମି ଦୁର୍ନୀତିରେ ନେଇ  ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି କ୍ରାଇଂବ୍ରାଂଚ ଟିମ୍ । ଏହାଛାଡ ଭଙ୍ଗାଯାଇଥିବା ପାଚେରି ଓ ଏହାର ସନ୍ନିକଟ ଅଞ୍ଚଳ ବି ବୁଲି ଦେଖିଛି କ୍ରାଇମବ୍ରାଞ୍ଚ। ସାରୁଆରେ ଓଟଭି କର୍ତୃପକ୍ଷଙ୍କ ଦ୍ବାରା ଜମି ହଡପ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା।

ସାରୁଅରେ ଓଟିଭି ପକ୍ଷରୁ ଜମି ଉପ‌ରେ ପାଚେରି କରାଯିବା ପରେ ସ୍ଥାନୀୟ ଲୋକେ ନିଜ ଚାଷଜମି ଓ ପୋଖରୀକୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପ୍ରଶାସନ ମାପଚୁପ କରି ବିବାଦୀୟ ପାଚେରୀକୁ ଭାଙ୍ଗିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe