ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ ଶଶି, ଦାମ ଗଲେ ପଛକୁ

Advertisment
ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ ଶଶି, ଦାମ ଗଲେ ପଛକୁ

ଭୁବନେଶ୍ୱର: ବିଧାନସଭା ଗୃହରେ ଆସନ ଅଦଳବଦଳ ହୋଇଛି। ମନ୍ତ୍ରୀ ପଦରୁ ଗଲା ପରେ ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖ ଆସନ ଛାଡ଼ିବାକୁ ପଡ଼ିଛି। ସେହି ଆସନଟି ମିଳିଛି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ଡାହାଣ ପାଖରେ ପଡ଼ିଥିବା ତିନିଟି ସିଟ୍‌ ମଧ୍ୟରେ ପ୍ରଥମଟିରେ ଶଶି, ଦ୍ୱିତୀୟରେ ପ୍ରଫୁଲ୍ଲ ମଲ୍ଲିକ ଓ ତୃତୀୟରେ ସୂର୍ଯ୍ୟ ନାରାୟଣ ପାତ୍ର ବସୁଛନ୍ତି। ପୂର୍ବରୁ ପ୍ରଫୁଲ୍ଲ ମଲ୍ଲିକ ଦ୍ୱିତୀୟ ଧାଡ଼ିରେ ବସୁଥିଲେ। ଦାମଙ୍କୁ ମିଳିଛି ଡି ବ୍ଲକ୍‌ର ଦ୍ୱିତୀୟ ଧାଡ଼ିରେ ଆସନ। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆସନ ବି ବଦଳିଛି। ପ୍ରଥମ ଥର ପାଇଁ ଗୃହକୁ ପ୍ରବେଶ କରିଥିବା ବିଧାୟିକା ରୀତା ସାହୁଙ୍କୁ ଇ ବ୍ଲକ୍‌ର ପଛଧାଡ଼ିରେ ଆସନ ମିଳିଛି। ସେହି ଆସନରେ ପୂର୍ବରୁ ନିତ୍ୟାନନ୍ଦ ସାହୁ ବସୁଥିଲେ। ତାଙ୍କୁ ଡି ବ୍ଲକ୍‌ରେ ୮ ନମ୍ବର ଆସନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe