ପୁରୀ ଶିଳ୍ପୀଙ୍କ ଅନନ୍ୟ ସୃଷ୍ଟି, ଦିଆସିଲି କାଠିରେ ପ୍ରସ୍ତୁତ କଲେ ରାମ ମନ୍ଦିର ପ୍ରତିକୃତି

ପୁରୀ ଶିଳ୍ପୀଙ୍କ ଅନନ୍ୟ ସୃଷ୍ଟି, ଦିଆସିଲି କାଠିରେ ପ୍ରସ୍ତୁତ କଲେ ରାମ ମନ୍ଦିର ପ୍ରତିକୃତି

ପୁରୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ | ଆଉ ଏହାକୁ ନେଇ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଛି | ଗତ ୧୬ ତାରିଖରୁ ମନ୍ଦିର ପ୍ରତିଷ୍ଠା ପୂର୍ବର ରୀତିନୀତି ସବୁ ଆରମ୍ଭ ହୋଇସାରିଛି। ଏହାରି ମଧ୍ୟରେ ଗତକାଲି ଗର୍ଭଗୃହରେ ପ୍ରବେଶ କରି ସାରିଛନ୍ତି ରାମଲଲା। ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇପଡିଥିବାବେଳେ ଏଥିରୁ ବାଦ ପଡ଼ିନାହିଁ ଓଡିଶା | କାରଣ ଜଣେ ଓଡ଼ିଆ ଯୁବକ ଏବେ ଦିଆସିଲି କାଠିରେ ରାମ ମନ୍ଦିରର ଅବିକଳ ପ୍ରତିକୃତି ନିର୍ମାଣ କରିଛନ୍ତି |

publive-image

ପୁରୀ କୁମ୍ଭାରପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ରାମ ମନ୍ଦିରର ଏକ ଚମତ୍କାର ପ୍ରତିକୃତି ତିଆରି କରିଛନ୍ତି। ଏହାକୁ ସଂପୂର୍ଣ୍ଣ କରିବାକୁ ଶାଶ୍ୱତଙ୍କୁ ଛଅ ଦିନ ସମୟ ଲାଗିଥିବାବେଳେ ଏହାକୁ ନିର୍ମାଣ ପାଇଁ ମୋଟ ୯୩୬ଟି ଦିଆସିଲି କାଠି ବ୍ୟବହୃତ ହୋଇଛି | ପ୍ରତିକୃତିର ପରିମାପ ଅନୁଯାୟୀ ଏହା ୭ ସେମି ଓସାର ଏବଂ ୧୪ ସେମି ଲମ୍ବ ଥିବାବେଳେ ଶାଶ୍ୱତ କହିଛନ୍ତି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ଏଭଳି ସ୍ୱତନ୍ତ୍ର ପ୍ରତିକୃତି ନିର୍ମାଣ କରାଯାଇଛି | ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଶାଶ୍ୱତ ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ଅନେକ କଳାକୃତି ନିର୍ମାଣ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe