ସ୍ୟାଟ୍‌ ମାମଲାରେ ଡିଓପିଟି ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ

ସ୍ୟାଟ୍‌ ମାମଲାରେ ଡିଓପିଟି ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍‌)ର ଭବିଷ୍ୟତ ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ(ଡିଓପିଟି) ପକ୍ଷ ରଖିବ। ସ୍ୟାଟ୍‌ର ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ରାଜ୍ୟ ସରକାର ପ୍ରସ୍ତାବ ଡିଓପିଟି ନକଟକରୁ ପଠାଇଥିଲେ। ଯଦି ରାଜ୍ୟ ସରକାର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତେବେ ଏହି ପ୍ରସଂଗରେ ଡିଓପିଟିର କଣ ଆଭିମୁଖ୍ୟ ରହିବ ସେ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିବେ। ଏଥି ସହିତ ସ୍ୟାଟ୍‌ର ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସଂଗରେ ମଧ୍ୟ ଡିଓପିଟି ସ୍ଥିତି ସ୍ପଷ୍ଟ କରିବ। ଜଷ୍ଟିସ୍‌ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ଓଏଟି ବାର୍‌ ଆସୋସିଏସନ୍‌ ଓ ଭୁବନେଶ୍ୱର ଓଏଟି ବାର୍‌ ଆସୋସିଏସନ୍‌ ପକ୍ଷରୁ ରୁଜୁ ପୃଥକ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର, ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe