ହେନ୍ତାଳ ବଣର ସୁରକ୍ଷା ପାଇଁ ସାଟେଲାଇଟ୍‌ ନିରୀକ୍ଷଣ: ଭିତରକନିକାରେ ଲାଗିଛି ଫ୍ଲକ୍ସ ଟାୱାର୍‌, ‘ବୌୟାନ୍‌’

Advertisment

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ। ଏହି କାରଣରୁ ପାରାଦୀପ ଅଞ୍ଚଳ ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ। ଏହି କାରଣରୁ ପାରାଦୀପ ଅଞ୍ଚଳ ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

daadzx

ରାଜନଗର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ। ଏହି କାରଣରୁ ପାରାଦୀପ ଅଞ୍ଚଳ ୩ ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ସ୍ଥିତିରେ ସମୁଦ୍ର ଜୁଆର ସହ ବାତ୍ୟା, ବନ୍ୟା ଓ ସୁନାମି ପ୍ରାଦୁର୍ଭାବରୁ ଓଡ଼ିଶା ଉପକୂଳକୁ ସୁରକ୍ଷା ଯୋଗାଉଥିବା ହେନ୍ତାଳ ବଣର ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ହେନ୍ତାଳ ବଣକୁ ସୁରକ୍ଷିତ ରଖିବା ପାଇଁ ଏକାନ୍ତ ଆବଶ୍ୟକ ମଧୁର ଜଳର ପରିମାଣ ଦିନକୁ ଦିନ କମିବା ଏଭଳି ଆଶଙ୍କାର ଅନ୍ୟତମ କାରଣ। ତେଣୁ ଭିତରକନିକା ଅଞ୍ଚଳରେ ମଧୁର ଓ ଲୁଣା ପାଣିର ସ୍ରୋତ, ଜଳବାୟୁର ଆର୍ଦ୍ରତା, ଜୁଆର-ଭଟ୍ଟା, ପବନ, ବର୍ଷା ଆଦିର ନିରୀକ୍ଷଣ ପାଇଁ ଜଙ୍ଗଲରେ ଫ୍ଲକ୍ସ ଟାୱାର୍‌ ଓ ନଈରେ ‘ବୌୟାନ୍‌’ ସ୍ଥାପନ କରାଯାଇଛି। ସାଟେଲାଇଟ୍‌ ମାଧ୍ୟମରେ ଚେନ୍ନାଇରୁ ଏହାର ସର୍ଭେ କରାଯାଉଥିବା ସୂଚନା ମିଳିଛି।

ଓଡ଼ିଶାର ୮୬ ପ୍ରତିଶତ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ କେବଳ ଭିତରକନିକାରେ ରହିଛି। ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ନିର୍ଦ୍ଦିଷ୍ଟ ପରିମାଣର ମଧୁର ଓ ଲୁଣା ଜଳ ଆବଶ୍ୟକ। ନଦୀଗୁଡ଼ିକରେ ପ୍ରବାହିତ ମଧୁରଜଳ ଓ ସମୁଦ୍ରରୁ ଜୁଆରରେ ଆସୁଥିବା ଲୁଣିପାଣିର ମିଶ୍ରଣ ଯୋଗୁଁ ଲୁଣା ଜଙ୍ଗଲ ବଞ୍ଚି ରହିଥାଏ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀର ମଧୁରଜଳ ଭିତରକନିକାରେ ପ୍ରବାହିତ ହୋଇଥାଏ। ହେଲେ ନିୟମିତ ଭାବେ ଏହି ୩ଟି ନଦୀର ମଧୁରଜଳ ସ୍ରୋତ ହ୍ରାସ ପାଉଥିବାରୁ ଭିତରକନିକାର ଲୁଣା ଜଙ୍ଗଲ ପ୍ରତି ବିପଦ ଦେଖାଦେଇଛି। ତଥ୍ୟ ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନକୁ ପୂର୍ବରୁ ୭୦ ପ୍ରତିଶତ ମଧୁରଜଳ ପ୍ରବାହିତ ହେଉଥିଲା। ତାହା ଏବେ ବର୍ଷାଦିନେ ୪୦ ପ୍ରତିଶତକୁ ଖସି ଆସିଛି। ସେହିପରି ଖରାଦିନେ ଏହା ୧୫ ପ୍ରତିଶତ ଭିତରେ ରହୁଛି। ଯାହା କି ଲୁଣା ଜଙ୍ଗଲ ପାଇଁ ଭୟଙ୍କର ବିପଦକୁ ଡାକି ଆଣୁଛି। ସ୍ଲୋ ମେଥଡ୍‌ ପ୍ରକ୍ରିୟାରେ ଲୁଣା ଜଙ୍ଗଲର ଗଛଗୁଡ଼ିକ ପ୍ରଭାବିତ ହୋଇଥାଏ। ଏବେଠାରୁ ଏ ନେଇ ପଦକ୍ଷେପ ନିଆ ନ ଗଲେ ଆଉ କିଛିଦିନ ପରେ ଭିତରକନିକାର କିଛି ପ୍ରଜାତିର ଲୁଣା ଗଛ ଲୋପ ପାଇଯିବ ବା ସଂଖ୍ୟା ହ୍ରାସ ପାଇବ ବୋଲି ପରିବେଶବିତ୍‌ ଓ ବିଭିନ୍ନ ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ପ୍ରଭାତୀ, ମଠଆଡ଼ିଆ, ବଗଗହନ ଏହାର ଜ୍ୱଳନ୍ତ ପ୍ରମାଣ। ଏ ନେଇ ବିଭିନ୍ନ ମହଲରୁ ଦାବି ପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି।

ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳକୁ ପ୍ରତିଦିନ କେତେ ଜୁଆର ପାଣି ଆସୁଛି? ଜୁଆର ପାଣିରେ କେତେ ପ୍ରତିଶତ ଲୁଣି ଓ କେତେ ପ୍ରତିଶତ ମଧୁର ପାଣି ଆସୁଛି? ଭିତରକନିକାରେ ଆର୍ଦ୍ରତା କେତେ ରହୁଛି ? ସେ ନେଇ ସର୍ଭେ କରାଯାଉଛି। ଭିତରକନିକାରେ ପବନର ବେଗ କେତେ ରହୁଛି, ବାତ୍ୟା ସମୟରେ ପବନର ବେଗ କେତେ ସେନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଏଥିପାଇଁ ଭିତରକନିକା ଫରେଷ୍ଟ ବ୍ଲକ୍‌ର କେନ୍ଦୁଗଛ ଆଡ଼ିଆରେ ୨ ବର୍ଷ ତଳେ ଫ୍ଲକ୍ସ ଟାୱାର୍‌ ବସାଯାଇଛି। ସେହିପରି ତିନିମାସ ତଳେ ଭିତରକନିକା ନଦୀର ମହିଁଷାମଡ଼ା କ୍ରିକ୍‌ରେ ଭାସମାନ ‘ବୌୟାନ୍‌’ ସ୍ଥାପନ କରାଯାଇଛି। ଜାତୀୟ ସ୍ଥାୟୀ ଉପକୂଳ ପରିଚାଳନା କେନ୍ଦ୍ର (ଏନ୍‌ସିଏସ୍‌ସିଏମ୍‌) ପକ୍ଷରୁ ସାଟେଲାଇଟ୍‌ ମାଧ୍ୟମରେ ଚେନ୍ନାଇରୁ ଭିତରକନିକାରେ ସାମାନ୍ୟ ସମୟ ଓ ବାତ୍ୟା ସମୟରେ ପବନର ବେଗ, ବର୍ଷା ପରିମାଣ, ଜଙ୍ଗଲରେ ଆର୍ଦ୍ରତା ଓ ପାଣି ଭିତରେ ଆର୍ଦ୍ରତା, ଜୁଆରରେ ଲୁଣା ଓ ମିଠା ପାଣିର ପ୍ରତିଶତ, ଖରାଦିନେ ତାହା କେତେ ପ୍ରତିଶତକୁ ଖସି ଆସୁଛି ଆଦିର ଟିକିନିଖି ଅନୁଧ୍ୟାନ କରାଯାଉଛି ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହି ତଥ୍ୟ ଆଧାରରେ ଭିତରକନିକାରେ ଲୁଣା ଜଙ୍ଗଲର ଅଭିବୃଦ୍ଧି ପାଇଁ କେତେ ଲୁଣି ଓ ମଧୁରଜଳ ଆବଶ୍ୟକ, କେତେ ପାଣି ଆସୁଛି, କ’ଣ ପ୍ରତିକାର ଆବଶ୍ୟକ ସେ ସଂପର୍କରେ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe