ସତୀଶ ଗଜଭିୟେଙ୍କ ମାମଲାରେ ସରକାରଙ୍କ ସତ୍ୟପାଠ ଦାଖଲ

Advertisment
ସତୀଶ ଗଜଭିୟେଙ୍କ ମାମଲାରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: କେନ୍ଦ୍ରାପଡାର ପୂର୍ବତନ ଏସ୍‌ପି ଆଇପିଏସ୍‌ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଶ୍ରୀ ଗଜଭିୟେଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖାଳଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଥିବା ବେଳେ ପୂବରୁ ଥିବା ଇନକ୍ବାରି ଅଫିସର କେନ୍ଦ୍ର ସରକାରଙ୍କ ଅଧିନକୁ ଡେପୁଟେସନରେ ଯାଇଛନ୍ତି। ଏପରି ପରିସ୍ଥିତିରେ ନୂଆ ଇନକ୍ବାରି ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏହି ପ୍ରସଂଗରେ ଆବେଦନକାରୀ ବିଳମ୍ବକୁ ନେଇ ଅଭିଯୋଗ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜାନୁଆରି ୩ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ପ୍ରସଂଗରେ ଶ୍ରୀ ଗଜଭିୟେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe