ଭୁବନେଶ୍ବର : କରେନା ମହାମାରୀ ଏବେ ସାରା ବିଶ୍ବକୁ କବଳିତ କରିଛି। ଭାରତରେ ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶବାସୀ ଏକ ହୋଇ କାର୍ଯ୍ୟ କରୁଛନ୍ତି। ସତ୍ସଙ୍ଗର ପୂଜ୍ୟପାଦ ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଦାଦା କୋଭିଡ୍-୧୯ ମୁକାବିଲା ପାଇଁ ପିଏମ୍ କେୟାର୍ସ ପାଣ୍ଠିକୁ ୧୦ କୋଟି ଟଙ୍କା ଦାନ କରିଛନ୍ତି। ଏ ସମ୍ପର୍କରେ ଝାଡ଼ଖଣ୍ଡର ଦେଓଘରସ୍ଥିତ ମୁଖ୍ୟ ସତ୍ସଙ୍ଗ ଆଶ୍ରମର ସେକ୍ରେଟାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କରୋନା ଯୋଗୁଁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଅନୁଗାମୀ ସତସଙ୍ଗୀମାନେ ସମ୍ମିଳିତ ହୋଇ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ସମସ୍ତେ କିଭଳି ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ଏବଂ ସୁରକ୍ଷିତ ରହିବେ ସେ ନେଇ ସତସଙ୍ଗୀମାନଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।
ସତ୍ସଙ୍ଗ ପକ୍ଷରୁ ପିଏମ୍ କେୟାର୍ସ ପାଣ୍ଠିକୁ ୧୦ କୋଟି ଟଙ୍କା ଦାନ
Advertisment
Follow Us