ସତ୍‌ସଙ୍ଗ ସ୍ୱସ୍ତିତପା ମହୋତ୍ସବ ପାଳିତ : ଉତ୍ସବ ମଣିଷକୁ ଉତ୍ସମୁଖୀ କରେ ଓ ସଂହତି ଆଣେ; ସଂହତିରୁ ଆସେ ଶକ୍ତି

ସତ୍‌ସଙ୍ଗ ସ୍ୱସ୍ତିତପା ମହୋତ୍ସବ ପାଳିତ : ଉତ୍ସବ ମଣିଷକୁ ଉତ୍ସମୁଖୀ କରେ ଓ ସଂହତି ଆଣେ; ସଂହତିରୁ ଆସେ ଶକ୍ତି

ଭୁବନେଶ୍ୱର : ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ସ୍ୱସ୍ତିତପା ମହୋତ୍ସବ କଟକ ଜିଲ୍ଲାର ରାୟପୁରରେ ମହାସମାରୋହର ସହ ପାଳିତ ହୋଇଯାଇଛି। ନିଆଳି, କଣ୍ଟପଡ଼ା ଓ ବାରଙ୍ଗ ବ୍ଲକର ୭ଟି ସତସଙ୍ଗ ବିହାରର ମିଳିତ ଆନୁକୂଲ୍ୟରେ ଏହି ଆଞ୍ଚଳିକ ମହୋତ୍ସବ ରବିବାର ଆୟୋଜିତ ହୋଇଛି।

ସତସଙ୍ଗର ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦାଙ୍କ ଆଶୀର୍ବାଦକ୍ରମେ ଆୟୋଜିତ ହେଉଥିବା ସ୍ୱସ୍ତିତପା ମହୋତ୍ସବରେ ସତ୍‌ସଙ୍ଗର ଉପ-ପ୍ରଶାସକ ଡ. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜକୀୟ ବିଙ୍କିଦା) ଯୋଗଦେଇ ଉପସ୍ଥିତ ହଜାର ହଜାର ସତସଙ୍ଗୀ ଓ ଶ୍ରଦ୍ଧାଳୁଙ୍କୁ ଉଦ୍‌ବୋଧନ ପ୍ରଦାନ କରିଥିଲେ।

publive-image

ବର୍ତ୍ତମାନର ସମାଜରେ ସବୁ କ୍ଷେତ୍ରରେ ସଂହତିର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏଭଳି ଉତ୍ସବ ମାଧ୍ୟମରେ ମଣିଷ ସ୍ୱତଃ ଉତ୍ସମୁଖୀ ହେବା ସହ ତା’ ଭିତରେ ସଂହତିର ଭାବନା ସୃଷ୍ଟି ହୋଇଥାଏ। ଏହି ସଂହତି ଆଣେ ଶକ୍ତି ବୋଲି ପୂଜନୀୟ ବିଙ୍କିଦା ତାଙ୍କ ଆର୍ଶୀବଚନ କ୍ରମରେ ମତ ରଖିଥିଲେ। ପୂଜନୀୟ ବିଙ୍କିଦା’ଙ୍କ ମାଧ୍ୟମରେ ୧୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସତଦୀକ୍ଷା ଗ୍ରହଣ କରିଥିଲେ।

ଉତ୍ସବ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସତସଙ୍ଗର ବରିଷ୍ଠ କର୍ମୀ ତଥା ସହ-ପ୍ରତି-ଋତ୍ୱିକ ଶ୍ରୀଧର ସୁନ୍ଦର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କ ଜୀବନ ଦର୍ଶନ ଓ ବାଣୀର ତାତ୍ପର୍ଯ୍ୟ ପ୍ରସଙ୍ଗରେ ଅଭିଭାଷଣ ରଖିଥିଲେ। ଏଥିସହ ସହ-ପ୍ରତି-ଋତ୍ୱିକ ଡମ୍ବରୁଧର ଦାସ, ଅଭୟ କୁମାର ପରିଡ଼ା ଓ ଗିରିଧାରୀ ଦାସ ସ୍ୱସ୍ତିତପା ମହୋତ୍ସବର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା ରଖିଥିଲେ। ସାଧାରଣସଭା ପରିଚାଳନା କରିଥିଲେ ସହ-ପ୍ରତି-ଋତ୍ୱିକ ଧୃତିକାମ ମହାନ୍ତି। ଏହି ସାଧାରଣ ସଭାରେ ସ୍ଥାନୀୟ ଅଞ୍ଚଳରପ୍ରାୟ ୧୦ ହଜାର ଗୁରୁଭ୍ରାତା, ମାତୃମଣ୍ଡଳୀ ଓ ସତସଙ୍ଗପ୍ରେମୀ ଯୋଗଦାନ କରିଥିଲେ।

publive-image

ଏହି ଅବସରରେ ବୀରଭଦ୍ର ବିଶ୍ୱାଳ, ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଓ ଦୋଳଗୋବିନ୍ଦ ପଣ୍ଡାଙ୍କ ସଂପାଦନାରେ ପ୍ରକାଶିିତ ସ୍ୱସ୍ତିତପା ମହୋତ୍ସବର ସ୍ମରଣୀକା ‘ଋକତପା’ଉନ୍ମୋଚିତ ହୋଇଥିଲା। ସକାଳେ ଉଷାକୀର୍ତ୍ତନ,ସଂଗୀତାଞ୍ଜଳି ଓ ଅପରାହ୍ଣରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସତସଙ୍ଗର ସହ-ପ୍ରତି-ଋତ୍ୱିକ ବିଷ୍ଣୁ ମୋହନ ପାତ୍ର, ଧନେଶ୍ୱର ମହାରଣା, କୃତିକାମ ମହାନ୍ତି, ଗିରିଧାରୀ ଦାସ, ବିନୋଦ କୁମାର ବିଶ୍ୱାଳ ଓ ଅବିନାଶ ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। କସର୍ଦ୍ଦା, ବ୍ରାହ୍ଣଣବାଟି,ନିଆଳୀ, ଅଡଶପୁର,ପହଙ୍ଗା,ଗୋବିନ୍ଦପୁର ଓ ରାୟପୁର ସତସଙ୍ଗ ବିହାରର କର୍ମକର୍ତ୍ତା ଓ ଗୁରୁଭ୍ରାତାମାନେ ବିଭିନ୍ନ ଦାୟିତ୍ୱ ସଂପାଦନ କରିଥିଲେ। ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe