ସମ୍ବଲପୁର: ଶନିବାର, ରବିବାର ସଟ୍‌ଡାଉନ୍‌

ଅଗ‌ଷ୍ଟ ୧୫ ଓ ନୂଆଁଖାଇ ସଂପର୍କରେ ସ୍ଥିତି ଦେଖି ହେବ ନିଷ୍ପତ୍ତି

ପୁଣି ଥରେ ଲକଡାଉନ ହେଲେ ଅର୍ଥନୀତି ଭୁଷୁଡ଼ିପଡ଼ିବ, ରାଜ୍ୟ ସରକାରଙ୍କୁ ସତର୍କ କରାଇଲା ଫିକ୍କି

Livemint

ସମ୍ବଲପୁର: ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ଅଗଷ୍ଟ ମାସର ଦ୍ବିତୀୟ ସପ୍ତାହାନ୍ତରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାର ଜିଲ୍ଲା ସଟ୍‌ଡାଉନ୍‌ ରହିବ। ସୋମବାର ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀ ଶୁଭମ୍‌ ସକ୍‌ସେନା ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି କ୍ରମରେ ଆସନ୍ତା ୮, ୯, ୧୫, ୧୬, ୨୨, ୨୩, ୨୯ ଓ ୩୦ ତାରିଖରେ ଜିଲ୍ଲା ସଟ୍‌ଡାଉନ୍‌ ରହିବ। ତେବେ ୧୫ ତାରିଖରେ ସ୍ବାଧୀନତା ଦିବସ ଓ ୨୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡ଼ୁଥିବାରୁ ସେହି ଦିନ ଗୁଡ଼ିକ ସଟ୍‌ଡାଉନ୍‌ କରାଯିବା ନେଇ ପୁନର୍ବିଚାର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କହାଯାଇଛି। ସେହି ସମୟରେ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ସ୍ଥିତି ଦେଖି ୧୫, ୨୨ ଓ ୨୩ ତାରିଖରେ ସଟ୍‌ଡାଉନ୍‌ରୁ ଜିଲ୍ଲାବାସୀଙ୍କୁ ରିହାତି ଦେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କହାଯାଇଛି। ଅଗଷ୍ଟର ସଟ୍‌ଡାଉନ୍‌ରେ ବି ସମସ୍ତ କଟକଣା ଓ ନିୟମାବଳୀ ପୂର୍ବ ସଟ୍‌ଡାଉନ୍‌ ଗୁଡ଼ିକ ସହ ସମାନ ରହିବ।

ଜିଲ୍ଲାରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ତେବେ ସେଥିରୁ ସମସ୍ତ ଡାକ୍ତରୀ ସଂସ୍ଥା ଯଥା ଡାକ୍ତରଖାନା, କ୍ଲିନିକ୍‌, ନର୍ସିଂହୋମ୍‌, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ କର୍ମଚାରୀଙ୍କୁ ବାଦ ଦିଆଯାଇଛି। ଏହାଛଡ଼ା ଜିଲ୍ଲା ଓ ମହାନଗର ନିଗମ (ଜରୁରୀ ସେବା), ପୁଲିସ୍‌, ଅଗ୍ନିଶମ ସେବା, ଅବକାରୀ ଓ ଜଙ୍ଗଲ ବିଭାଗ କର୍ମଚାରୀ, ଜରୁରୀ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍‌ ସେବା, ପେଟ୍ରୋଲ୍‌ ପମ୍ପ, ପୁଲିସ୍‌ ଦ୍ବାରା ଚିହ୍ନଟ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମ, ଜଳଯୋଗାଣ, ପରିମଳ, ସ୍ବେରେଜ୍‌, ବିଦ୍ୟୁତ୍‌ ସେବା କର୍ମଚାରୀଙ୍କୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ବାଦ ଦିଆଯାଇଛି। ଏହାଛଡ଼ା ମାଲ୍‌ ପରିବହନ କରୁଥିବା ଗାଡ଼ି (ଭର୍ତ୍ତି ହେଉ ବା ଖାଲି), ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟକୁ ବାଦ ଦିଆଯାଇଛି। କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁ ସଂପଦ, ପ୍ରାଣୀ ଚିକିତ୍ସା ଆଦି ସେବାକୁ ମଧ୍ୟ କଟକଣାରୁ ରିହାତି ମିଳିଛି।

ରାଜପଥରେ ଦୂରଗାମୀ ଯାନ ଓ ପରିବହନ, ବିବାହ, ଅନ୍ତିମ ସଂସ୍କାର, ଏଟିଏମ୍‌ ତଥା ଜରୁରୀ ଆର୍ଥିକ ସଂସ୍ଥା ଗୁଡ଼ିକୁ ମଧ୍ୟ ସଟ୍‌ଡାଉନ୍‌ କଟକଣାରୁ ମୁକ୍ତ ରଖାଯାଇଛି। ଜାତୀୟ ରାଜପଥରେ ଥିବା ଢାବାରେ ପ୍ୟାକିଂ ସେବା, ଦୁଗ୍‌ଧ ବୁଥ, ଏଲ୍‌ପିଜି ବିତରଣ,‌ ରନ୍ଧନ ଗ୍ୟାସ୍‌ ହୋମ୍‌ ଡେଲିଭେରି ଆଦିକୁ ମଧ୍ୟ କଟକଣାରୁ ବାଦ ଦିଆଯାଇଛି। ସଟ୍‌ଡାଉନ୍‌ ସମୟରେ ବିନା ଜରୁରୀ କାର୍ଯ୍ୟରେ ସାଧାରଣ ଲୋକଙ୍କ ଘରୁ ବାହାରିବା ଓ ଅଣଜରୁରୀ ଦୋକାନ ବଜାର ଖୋଲିବା ଉପରେ କଟକଣା କଡ଼ାକଡ଼ି ଲାଗୁ ହେବ। ଉଲ୍ଲଂଘନକାରୀଙ୍କ ଉପରେ ଆଇନ୍‌ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶରେ ଚେତାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe