ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ୨୯ରୁ ସତ୍ୟାଗ୍ରହ

ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ୨୯ରୁ ସତ୍ୟାଗ୍ରହ

ଭୁବନେଶ୍ବର: ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନି ଦ୍ବାରା ରାଜ୍ୟରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ପ୍ରାୟ ୬୦ ହଜାର କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି। କ୍ଷୁଦ୍ର ଜମାକାରୀଙ୍କୁ ୩ ଶହ କୋଟି ଟଙ୍କା କର୍ପସ ପାଣ୍ଠିରୁ ଦେବା ପାଇଁ ସରକାର କିଛି ଦିନ ତଳେ ଘୋଷଣା କରିଥିଲେ। ପ୍ରତି ଥର ନିର୍ବାଚନ ସମୟ ଆସିଲେ ଟଙ୍କା ଫେରସ୍ତ ପାଇଁ ସରକାର ପ୍ରତିଶ୍ରୁତି ଦେଉଛନ୍ତି। ୭ ବର୍ଷ ଭିତରେ ମାତ୍ର ୮ କୋଟି ଟଙ୍କା ଫେରସ୍ତ କରିଛନ୍ତି। ରାଜ୍ୟ ସରକାର ୬ କୋଟି ଟଙ୍କା ଖର୍ଚ୍ଚ କରି ଏକ ତଦନ୍ତ କମିଶନ ଗଠନ କରିଥିଲେ। ଜମାକାରୀଙ୍କ ସ୍ବାର୍ଥରକ୍ଷା କରିବା ପାଇଁ ଜମାକାରୀ ସୁରକ୍ଷା ଆଇନ୍ କରାଗଲା। କିନ୍ତୁ ଏହା ଫଳପ୍ରଦ ହେଲା ନାହିଁ ବୋଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଏଆଇଏସଏଫ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କୁହାଯାଇଛି।

ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ କହିଛନ୍ତି, ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କଲେ କହୁଛନ୍ତି ତଥ୍ୟ ସଂଗ୍ରହ ଚାଲିଛି। ଏହି ଗୋଟିଏ କଥା ୮ ବର୍ଷ ହେଲା କହୁଛନ୍ତି। ଆଉ ସାଧାରଣ ଲୋକଙ୍କ ଧୈର୍ଯ୍ୟ ନାହିଁ। ଏହାକୁ ନେଇ ଆସନ୍ତା ୨୯ ତାରିଖରୁ ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରାଯିବ। ଏହି ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆରମ୍ଭ ହେବ। ରାଜ୍ୟର ୩୧୪ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର‌ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ ଓ କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀ ସଦସ୍ୟ ଅନୁରାଧା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe