ଦ୍ବିତୀୟ ଦିନରେ ବିଜେପିର ସତ୍ୟାଗ୍ରହ

Advertisment
ଦ୍ବିତୀୟ ଦିନରେ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର : ନିର୍ବାଚନ ଆସିଲେ ବିଜେଡିର ଚାଷୀଙ୍କ କଥା ମନେ ପଡ଼େ। ବିଜେଡି ସବୁବେଳେ ଚାଷୀଙ୍କୁ ମୋହରା କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଚେଷ୍ଟା କରିଥାଏ। ଏଥର ମଧ୍ୟ ଉପନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଚାଷୀଙ୍କୁ ନୂଆ ପ୍ରତାରଣାର ବାଣୀ ଶୁଣାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଉଛି। ବିଜେଡିର ଏହି ହୀନ ଚକ୍ରାନ୍ତକୁ ବିଜେପି କେବେ ସଫଳ ହେବାକୁ ଦେବ ନାହିଁ। ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ବିଜେପି ପକ୍ଷରୁ ଚାଲିଥିବା ସତ୍ୟାଗ୍ରହର ଦ୍ବିତୀୟ ଦିନ‌ରେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହା କହିଛନ୍ତି। ଯଦି ସତ୍ୟାଗ୍ରହ ପରେ ରାଜ୍ୟ ସରକାରଙ୍କ ନିଦ ନ ଭାଙ୍ଗେ, ତେବେ ଜିଲ୍ଲା ଓ ସବଡିଭିଜନ୍‌ ସ୍ତରରେ ସତ୍ୟାଗ୍ରହକୁ ବ୍ୟାପକ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆଜିର ଏହି ସତ୍ୟାଗ୍ରହରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ସୁଦୀପ୍ତ ରାୟ, ରମାରଞ୍ଜନ ବଳିୟାରସିଂହ, ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସୁଜିତ ଦାସ, ଲକ୍ଷ୍ମଣ ପଣ୍ଡା, ସୁଦର୍ଶନ ନାୟକ, ପ୍ରଭଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe