ଟଙ୍କା ଫେରାଇବାକୁ ଦାବି: ତହସିଲ ଅଫିସ୍‌ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

Advertisment
ଟଙ୍କା ଫେରାଇବାକୁ ଦାବି: ତହସିଲ ଅଫିସ୍‌ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

ନୂଆପଡ଼ା : ନୂଆପଡ଼ା ତହସିଲ ଅଫିସ୍‌ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟାଗ୍ରହରେ ବସି ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବିପତ୍ର ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରାଯାଇ ଟଙ୍କା ଫେରସ୍ତ କରାଯାଉ, ଠକେଇରେ ସଂପୃକ୍ତ ଥିବା ସଂସ୍ଥାର ସମସ୍ତ ସମ୍ପତ୍ତି ଜବତ କରାଯାଉ ଆଦି ଉଲ୍ଲେଖ ରହିଛି। ଏନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଟଙ୍କା ଫେରସ୍ତ ଦାବିରେ ‘ମୁଁ ବି ଯିବି ଭୁବନେଶ୍ବର’ ଅଭିଯାନ ଚାଲୁ ରହିବ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚ ନୂଆପଡ଼ା ତହସିଲ ଶାଖା ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସତ୍ୟାଗ୍ରହରେ ତୀରତରାମ ରଣା, ରୋମାନ ଲାଲ ସାହୁ, ଅମର ସାହୁ, ଆଇନଜୀବୀ ପୁନମ ସାହୁ, ସମାଜସେବୀ କମଲେଶ ସିଂ ଠାକୁର, ରାଜାରାମ ସାହୁ, ସନ୍ତୋଷ ସାହୁ, ବୋଲୋ କେଉଁଟ, କମଲେଶ ମହାନନ୍ଦ, ତପୋବନ୍ତ ବାଗ, ବିଜୟ ମାଝୀ, କମଲ ରାଉତ, ପାତ୍ର ମାଝୀ, ଗଣପତ ରାଉତ, ରବି ରଣା, ମାଖନ ସୁନାନୀ, ଜ୍ଞାନରଞ୍ଜନ ସାହୁ, ଲାଲ ସିଂ ରଣା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe