ତହସିଲ ଅଫିସ୍ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

Advertisment
ତହସିଲ ଅଫିସ୍ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହ

କୋମନା : କୋମନା ତହସିଲ ଅଫିସ୍‌ ଆଗରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟାଗ୍ରହରେ ବସି ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଶତାଧିକ କ୍ଷତିଗ୍ରସ୍ତ ଜମାକାରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତହସିଲ ଅଫିସ୍‌ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅମର ସାହୁଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭ ସମାବେଶରେ ପୀରିତ ରାମ ରଣା, ଯାଦରାମ ସାହୁ, ଖୁସିରାମ ରଣା, ତ୍ରିଲୋଚନ ଶବର, ରମାକାନ୍ତ ପଟେଲ, ଚରଣ ମାଝୀ, ଯୋଗେଶ୍ବର ରଣା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe