ରାହୁଲଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ: ରାଜ୍ୟବ୍ୟାପୀ କଂଗ୍ରେସର ସତ୍ୟାଗ୍ରହ

ରାହୁଲଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ: ରାଜ୍ୟବ୍ୟାପୀ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ସଭ୍ୟପଦ ରଦ୍ଦ ଓ ଗଣତନ୍ତ୍ରର ହତ୍ୟା ପ୍ରତିବାଦରେ ସୋମବାର ଦିନ ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ବରଠାରେ ସତ୍ୟାଗ୍ରହ କରିଛନ୍ତି। ନା‌ଲ୍‌କୋ ଛକଠାରେ ଗାନ୍ଧୀ ମୈଦାନରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସଂସଦରେ ରାହୁଲ ଚଳିତମାସ ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଆଦାନିଙ୍କ ସଂପର୍କକୁ ନେଇ ପ୍ରଶ୍ନ ପଚାରିଥିଲେ। ୨୦ହଜାର କୋଟି ଟଙ୍କା ଆଦାନି ସଂପର୍କୀୟଙ୍କ ଦ୍ବାରା ସେଲ୍ କମ୍ପାନି ଜରିଆରେ ଆଦାନି ଗ୍ରୁପ୍ ଅଫ କମ୍ପାନିକୁ ଆସିଛି। ଏ ଟଙ୍କା କାହାର? ଏହାକୁ ସାମ୍ନା କରିବା ପରିବର୍ତେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ସଂସଦକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ। ସେହିପରି ଏକ ମାନହାନି ମାମଲାରେ କୋର୍ଟ ଦଣ୍ଡାଦେଶ ଦେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରିଦିଆଗଲା। ବିଗତ ୯ବର୍ଷ ଭିତରେ ଦେଶର ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ସଂପୂର୍ଣ୍ଣଭାବେ ଧୂଳିସାତ କରି ଦିଆଯାଇଛି। ଯେଉଁମାନେ ସରକାର ଓ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଓ ଅନ୍ୟ ବାଟରେ ଛନ୍ଦି ଦିଆଯାଉଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରର ଏହି ଗଣତନ୍ତ୍ର ବିରୋଧୀ କାର୍ଯ୍ୟକୁ ପ୍ରଶ୍ନ କରୁଥିବାରୁ ତାଙ୍କୁ ଏ ଦଣ୍ଡ ଦିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

publive-image

ସତ୍ୟାଗ୍ରହରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ ରାଉତରାୟ, ଶରତ ରାଉତ, ଯୁଧିଷ୍ଠିର ଜେନା, ବିଜୟ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ବିଶ୍ବଜିତ ଦାଶ, ମନୋରଂଜନ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତିରଂଜନ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ରଜନୀ ମହାନ୍ତି, ଶ୍ରୀନିବାସ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଦୀପ୍ତ ଦାସ, ପ୍ରଶାନ୍ତ ଶତପଥୀ, ଲୋକନାଥ ମହାରଥୀ, ଦୀପକ ମହାପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁଶାନ୍ତ ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସେହିପରି ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଅ ଦାବିରେ ଆଜି କଂଗ୍ରେସ ସମତେ ରାଜ୍ୟର ବହୁ ରାଜନୈତିକ ଦଳ ପ୍ରତିନିଧି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନେତୃବୃନ୍ଦ ସର୍କିଟ ହାଉସଠାରୁ ଏକ ପଦଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭୟ ସାହୁ, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରଂଜନ ମହାପାତ୍ର, ଯୁଧିଷ୍ଠିର ମହାପାତ୍ର, ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗାଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ ଅବଦୁଲ ୱାଲି, ବଂଶୀଧର ପରିଡ଼ା, ବିଷ୍ଣୁ ମହାନ୍ତି, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ତାରା ପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ବର ବେହେରା, ଯୁଧିଷ୍ଠିର ଜେନା, ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ବନ୍ଦିତା ପରିଡ଼ା, ଅମିୟ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe