ମଦମୁକ୍ତ ଓଡ଼ିଶା ଦାବିରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ

Advertisment
ମଦମୁକ୍ତ ଓଡ଼ିଶା ଦାବିରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସତ୍ୟାଗ୍ରହ

ଯାଜପୁରସଦର: ମଦମୁକ୍ତ ଓଡ଼ିଶା ଦାବିରେ ଯାଜପୁର ସହରର ଗାନ୍ଧୀଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ଅଭିଯାନର ରାଜ୍ୟ ସଭାପତି ପଦ୍ମଚରଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା ଶାଖା ସମ୍ପାଦକ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କର୍ମୀମାନେ ଧାରଣାରେ ବସିଥିଲେ।

ମଦମୁକ୍ତ ଗ୍ରାମପଞ୍ଚାୟତ, ମଦମୁକ୍ତ ଓଡ଼ିଶା ଓ ମଦମୁକ୍ତ ଭାରତ ଦାବି କରିଥିଲେ। ଗ୍ଲୋବାଲ ପିସ ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ରାଜ କିଶୋର ପଣ୍ଡା ଯୋଗଦେଇ ମଦର କୁପ୍ରଭାବ, ସାମାଜିକ ବିଶୃଙ୍ଖଳା ସଂପର୍କରେ ସୂଚନା ଦେଇଥିଲେ। ସମାଜସେବୀ କୁଳମଣି ଶୁକ୍ଳ ସଭାପତି ଭାବେ ଯୋଗଦେଇ ରାଜ୍ୟରେ ମଦ ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରିବା ଓ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପ୍ରଣୀତ ନିଶା ନିବାରଣ ଆଇନ, ୧୯୫୬କୁ ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe