ସଂସଦ ଭବନରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ଉପରେ ମତ ରଖିଲେ ସମ୍ବଲପୁରର ସୌରଭ ଷଡ଼ଙ୍ଗୀ

Advertisment
ସଂସଦ ଭବନରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ ଉପରେ ମତ ରଖିଲେ ସମ୍ବଲପୁରର ସୌରଭ ଷଡ଼ଙ୍ଗୀ

ସମ୍ବଲପୁର: ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନର କେନ୍ଦ୍ରୀୟ କକ୍ଷରେ ଡିସେମ୍ବର ୧୯ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀ ପାଳିତ ହୋଇଛି। ସାରା ଦେଶରୁ ଚୟନ ହୋଇ ୩୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସମ୍ବଲପୁରର ସୌରଭ ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଉପରେ ବିଚାର ରଖିଥିଲେ।

୧୯୭୧ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ, ଗ୍ରୀନ୍‌ ରିଭୋଲ୍ୟୁସନ୍‌, ୧୪ ବ୍ୟାଙ୍କ ଓ ଉଦ୍ୟୋଗର ରାଷ୍ଟ୍ରୀୟକରଣ ଭଳ ପଦକ୍ଷେପ ଇନ୍ଦିରା ଗାନ୍ଧିଙ୍କୁ ବିଶ୍ବର ଶକ୍ତିଶାଳୀମହିଳାମାନଙ୍କ ତାଲିକାରେ ସାମିଲ କରୁଛି ବୋଲି ଉଦ୍‌ବୋଧନରେ ସେ କହିଥିଲେ। ଏହା ସହିତ ପଶ୍ଚିମ ଓଡ଼ିଶାର ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ସହ ଇନ୍ଦିରା ଗାନ୍ଧୀ ନାଚିବା କଥାକୁ ସୌରଭ ତାଙ୍କ ଅଭିଭାଷଣରେ କହିଥିଲେ। ସୌରଭଙ୍କ ଅଭିଭାଷଣକୁ ପ୍ରସଂଶା ମଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଗ୍ରେଟର୍‌ ନୋଏଡାରେ ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ‘ଯୁବ ଗବେଷକ ସମ୍ମିଳନୀ’ରେ ସୌରଭଙ୍କୁ ସୋଧବୀର୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ମହିଳା ଓ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କ ଉପସ୍ଥିତିରେ ତାଙ୍କୁ ଏହି ସମ୍ମାନ ଦିଆଯାଇଥିଲା।

କେବଳ ଏହି ଗୀତକୁ ନେଇ ନୁହେଁ ପୂର୍ବରୁ ନିଜ ପ୍ରତିଭା ମାଧ୍ୟମରେ ପଶ୍ଚିମଓଡ଼ିଶା ତଥା ସମ୍ବଲପୁର ପାଇଁ ଅନେକଥର ଗୌରବ ଆଣିସାରିଛନ୍ତି ସୌରଭ ଷଡଙ୍ଗୀ। ଦୂରଦର୍ଶନ ଠାରୁ ଆରମ୍ଭ ଏକାଧିକ ଘରୋଇ ଚ୍ୟାନେଲରେ ଗୀତ ଗାଇବା ସହ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ମଧ୍ୟ ସୌରଭ ପୂର୍ବରୁ ଏକାଧିକ ଥର ପ୍ରଦର୍ଶନ କରିସାରିଛନ୍ତି। ଏହା ବ୍ୟତୀତ ସେ ଏକ ଘରୋଇ ଚ୍ୟାନେଲରେ ମ୍ୟୁଜିକ୍ ସୋ'ର ବିଜେତା ମଧ୍ୟ ହୋଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe