ବର୍ଷିଲେ ସୌଭିକ: ପଛରୁ ଛୁରି ମାରନି; ନିଜେ ବୁଡ଼ିଲ, ଦଳକୁ ବି ବୁଡ଼େଇଲ

Advertisment

ଆଉ ପଛରୁ ଛୁରି ମାରନି। ନିଜେ ବୁଡ଼ିଲ, ଦଳକୁ ବୁଡ଼େଇଲ। ତଥାପି ପ୍ରକୃତି ଯାଉନି।’ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ ସମାବେଶରେ ନିଜର କ୍ଷୋଭ, ଅସନ୍ତୋଷ ପ୍ରକାଶ କରି ଦଳକୁ ଚଳାଉଥିବା ଦୁଇ ଜଣ ନେତା (ନାଁ ନନେଇ)ଙ୍କ ଉପରେ ବର୍ଷିଛନ୍ତି ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ।

ଆଉ ପଛରୁ ଛୁରି ମାରନି। ନିଜେ ବୁଡ଼ିଲ, ଦଳକୁ ବୁଡ଼େଇଲ। ତଥାପି ପ୍ରକୃତି ଯାଉନି।’ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ ସମାବେଶରେ ନିଜର କ୍ଷୋଭ, ଅସନ୍ତୋଷ ପ୍ରକାଶ କରି ଦଳକୁ ଚଳାଉଥିବା ଦୁଇ ଜଣ ନେତା (ନାଁ ନନେଇ)ଙ୍କ ଉପରେ ବର୍ଷିଛନ୍ତି ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ।

gdjgdgjd

କଟକ: ‘ଆଉ ପଛରୁ ଛୁରି ମାରନି। ନିଜେ ବୁଡ଼ିଲ, ଦଳକୁ ବୁଡ଼େଇଲ। ତଥାପି ପ୍ରକୃତି ଯାଉନି।’ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ଆୟୋଜିତ ସମାବେଶରେ ନିଜର କ୍ଷୋଭ, ଅସନ୍ତୋଷ ପ୍ରକାଶ କରି ଦଳକୁ ଚଳାଉଥିବା ଦୁଇ ଜଣ ନେତା (ନାଁ ନନେଇ)ଙ୍କ ଉପରେ ବର୍ଷିଛନ୍ତି ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ। କଟକର ସାରଳା ଭବନରେ ଆୟୋଜିତ ଏହି ସମାବେଶରେ ସୌଭିକଙ୍କ ଏଭଳି ବକ୍ତବ୍ୟକୁ ମଞ୍ଚ ତଳେ ଥିବା ଅନେକ କର୍ମୀ କରତାଳି ଓ ଶଙ୍ଖ, ହୁଳହୁଳି ଦେଇ ସ୍ବାଗତ କରିଥିବା ବେଳେ ମଞ୍ଚ ଉପରେ ଥିବା ନେତୃବୃନ୍ଦ ନିରବଦ୍ରଷ୍ଟା ସାଜିଥିଲେ।

ସମାବେଶରେ ବକ୍ତବ୍ୟ ରଖି ସୌଭିକ କହିଥିଲେ ଯେ ଲୋକଙ୍କ ଦ୍ବାରା ଯେଉଁମାନେ ପ୍ରତ୍ୟାଖ୍ୟାତ ହୋଇ ଏବେ ବି ଦଳର ନେତୃତ୍ବ ନେଉଛନ୍ତି ସେମାନେ ଆମ ବିରୋଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନେ ୨୦୧୯ରେ ଏଭଳି କରୁଥିଲେ। ୨୦୨୪ରେ ବି କରୁଛନ୍ତି। ଜଣେ ଯୁବ ନେତାଙ୍କୁ ଏଠାରେ ଲଗାଇ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେ ଟଙ୍କା ଆସୁଛି କେଉଁଠୁ? ଲୋକଙ୍କ ସହିତ ଦିନରାତି ରହି ଆସିଥିବା, ଦଳକୁ ମଜଭୁତ କରିବା ପାଇଁ କାମ କରୁଥିବା ପ୍ରଭାତ ବିଶ୍ବାଳଙ୍କ ପଛରେ ସିବିଆଇ ଲଗାଇ ଗିରଫ କରାଇଲେ। କିନ୍ତୁ ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକଙ୍କ ଆଶୀର୍ବାଦ ଯୋଗୁଁ ଆମେ ନିର୍ବାଚନରେ ଜିତିଲୁ। ସେମାନେ ଏ ପ୍ରକୃତି ଛାଡ଼ନ୍ତୁ, ନଚେତ ଦଳ ବରବାଦ ହୋଇଯିବ ବୋଲି ସୌଭିକ ଚେତାଇ ଦେଇଥିଲେ। ଅନ୍ୟପଟେ ଚୌଦ୍ବାର-କଟକ ଅଞ୍ଚଳରେ କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟରେ ଦଳ ପାଇଁ ଦିନରାତି ଏକ କରୁଥିବା ଓ ଦଳ ପାଇଁ ରକ୍ତ ଦେଉଥିବା କର୍ମୀ କୌଣସି କାମ ପାଇବାର ସୁଯୋଗ ପାଇଲେ ନାହିଁ। ଜଣେ ଦୁଇ ଜଣ ଯଦି ପୂରା ସରକାରକୁ ଚଳାଇବେ ତେବେ ଦଳର କର୍ମୀ ଆଉ ସୁଯୋଗ ପାଇବେ କେଉଁଠୁ ବୋଲି ସୌଭିକ କହିଥିଲେ।

ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ବି ଦଳର ନେତୃତ୍ବ ନେଉଛନ୍ତି
 ଆମ ବିରୋଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି 
 ଦଳ ପାଇଁ ରକ୍ତ ଦେଉଥିବା କର୍ମୀ ଉପେକ୍ଷିତ ହେଲେ
କରତାଳି, ଶଙ୍ଖ, ହୁଳହୁଳି ଦେଇ ସ୍ବାଗତ କଲେ କର୍ମୀ

ରାଜ୍ୟସଭା ସଦସ୍ୟ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର, ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ନଗର ବିଜେଡି ସଭାପତି ମଧୁସୂଦନ ସାହୁଙ୍କ ସମେତ ଜିଲ୍ଲାର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀଙ୍କ ମାତ୍ରାଧିକ ଆତ୍ମବିଶ୍ବାସ, ବରିଷ୍ଠ ନେତାଙ୍କୁ ଗୁରୁତ୍ବ ନ ଦେବା ଗତ ନିର୍ବାଚନରେ ବିଜେଡି ପରାଜୟର କାରଣ ହେଲା ବୋଲି ବି ଅନ୍ୟ ନେତୃବୃନ୍ଦ କହିଥିଲେ। ସମାବେଶରେ ପୂର୍ବତନ ବିଧାୟକ ତଥା ବାରବାଟୀ-କଟକରୁ ବିଜେଡି ବିଧାୟକ ପ୍ରାର୍ଥୀ ଥିବା ପ୍ରକାଶ ବେହେରା, ପୂର୍ବତନ ବିଧାୟକ ପ୍ରତାପ ଜେନା, ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା, ମେୟର ସୁବାସ ସିଂହଙ୍କ ଅନୁପସ୍ଥିତି ଆଲୋଚନାର ପ୍ରସଙ୍ଗ ହୋଇଥିଲା। ମେୟର ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ଅନୁପସ୍ଥିତିର କାରଣ ସ୍ପଷ୍ଟ ହୋଇ ନଥିଲା।  

ଭୁବନେଶ୍ବରରୁ ଦଳର ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗଦେଇ ଥିଲେ। ଦଳର ନେତା ଓ କର୍ମୀ ଲୋକଙ୍କ ନିକଟରେ ପହଞ୍ଚି ବିଜେଡି ଶାସନ କାଳରେ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ କାମକୁ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ମଡେଲ ଭାବେ ଗ୍ରହଣ କରୁଛନ୍ତି ବୋଲି ବୁଝାଇବା ଲାଗି କହିଥିଲେ। ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ସମସ୍ତଙ୍କୁ ନେଇ ଆଗକୁ ବଢିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe