ଅ˚ଶୁମାନଙ୍କ ସହିତ ଗଲେନି ସାବିତ୍ରୀ: ବିଧାୟିକା ଓ ପୁଅ ସଞ୍ଜୟଙ୍କ ନିରବତାକୁ ନେଇ ଚର୍ଚ୍ଚା

Advertisment
ରାଜନଗର ରାଜନୀତି ସରଗରମ: ଅ˚ଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ କସରତ

Wikipedia

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ବଳଦେବଜିଉ ଦର୍ଶନ କାର୍ଯ୍ୟକ୍ରମରେ ରହିଲେନି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଵାଲ ଅଥବା ତାଙ୍କ ପୁଅ ସଞ୍ଜୟ ଅଗ୍ରୱାଲ। ବିଜେଡି ଏଥର ଅଗ୍ରଵାଲ ପରିବାରର ଟିକଟ୍‌ କାଟି ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରାରୁ ବିଧାୟକ ପ୍ରାର୍ଥୀ କରିଛି। ଅରବିନ୍ଦ ହେଉଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଏବ˚ ଅଗ୍ରଵାଲ ପରିବାରର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ଏଭଳି ସ୍ଥିତିରେ ପାଟକୁରା ରାଜନୀତି ଆଗାମୀ ‌ଦିନରେ କେଉଁ ଦିଗକୁ ଯିବ, ତାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୦୯ରୁ କ୍ରମାଗତ ଭାବେ ପାଟକୁରା ଆସନ ଅଗ୍ରଵାଲ୍‌ ପରିବାରର କବ୍‌ଜାରେ ରହିଆସିଛି। ଏଥର ସାବିତ୍ରୀଙ୍କ ପୁଅ ସଞ୍ଜୟ ଓ ଝିଅ ମଧୁମତୀ ଟିକଟ୍‌ ଆଶାୟୀ ଥିଲେ। ଗଲା ପାଞ୍ଚବର୍ଷ ହେବ ବିଧାୟିକାଙ୍କ ପ୍ରତିନିଧି ହିସାବରେ ସଞ୍ଜୟ ନିର୍ବାଚନମଣ୍ତଳୀ କଥା ବୁଝାସୁଝା କରିବା ସହ ଦଳୀୟ କାର୍ଯ୍ୟକ୍ରମ ଓ ବୈଠକରେ ସାମିଲ୍‌ ହେଉଥିବା ଦେଖିବାକୁ ମିଳିଥିଲା। ଏପରିକି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ପୁଅ ସଞ୍ଜୟ ପାଟକୁରାର ଦାୟିତ୍ବ ନେବ ବୋଲି ଖୋଲାଖୋଲି ବିଧାୟିକା ଘୋଷଣା କରି ଆସୁଥିଲେ। ସେପଟେ ଝିଅ ମଧୁମତୀ ମଧୢ ବାପାଙ୍କ ରାଜନୈତିକ ଉତ୍ତରାଧିକାରୀ ରୂପେ ନିଜକୁ ଉପସ୍ଥାପିତ କରୁଥିଲେ। ଭାଇ-ଭଉଣୀଙ୍କ ଏଭଳି ଟିକେଟ ଲଢେ଼ଇ ଭିତରେ ବିଜେଡି ବିରୋଧୀ ଶିବିରରୁ ନୂଆ ଯୁବ ଚେହେରାକୁ ଆଣି ପ୍ରାର୍ଥୀ କରିବାପରେ ଅଗ୍ରଵାଲ୍‌ ପରିବାରର ଲମ୍ବା ରାଜନୈତିକ ଯାତ୍ରାରେ ଅଙ୍କୁଶ ଲଗିଯାଇଛି।

ଯଦିଓ ଏବେବି ବିଧାୟିକା ସାବିତ୍ରୀ ଓ ପୁଅ ସଞ୍ଜୟ ବିଜେଡିରେ ଅଛନ୍ତି, ବିଧାୟକ ପ୍ରାର୍ଥୀ ଘୋଷଣା ହେବାପରେ ପାଟକୁରା ନିର୍ବାଚନମଣ୍ତଳୀରେ କୌଣସି ସାର୍ବଜନୀନ ସ୍ଥାନରେ ଅରବିନ୍ଦଙ୍କ ସହିତ ମା’-ପୁଅଙ୍କୁ ଏକାଠି ଦେଖିବାକୁ ମିଳିନାହିଁ। ଗତକାଲି ସା˚ସଦ ପ୍ରାର୍ଥୀଙ୍କ ସହିତ ଜିଲ୍ଲାର ଅନ୍ୟ ଚାରି ନିର୍ବାଚନମଣ୍ତଳୀ ନେତା, ପାଟକୁରାର ଅରବିନ୍ଦ ମହାପାତ୍ର ଏବ˚ ଜିଲ୍ଲା ସ˚ଗଠନର ପଦାଧିକାରୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଅଗ୍ରଵାଲ ପରିବାର ଦୂରେଇ ରହିଥିଲେ। ଦଳର ପ୍ରାର୍ଥୀ ନିଷ୍ପତ୍ତିକୁ ଏବେ ବି ଅଗ୍ରଵାଲ ପରିବାର ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ସେମାନଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe