ସାବିତ୍ରୀଙ୍କ ମହାନତା: ଖେଳପଡ଼ିଆ ପାଇଁ ଦେଲେ ୫ ଏକର ଜମି

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ସିଙ୍ଗଝର ଗାଁର ସାବିତ୍ରୀ ମାଝୀ (୯୫ ବର୍ଷ) ଖେଳପଡ଼ିଆ ପାଇଁ ୫ ଏକର ଜମି ଦାନ କରିଛନ୍ତି। ସାବିତ୍ରୀଙ୍କ ଏହି ବଦାନ୍ୟତାକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି।

rey

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ସିଙ୍ଗଝର ଗାଁର ସାବିତ୍ରୀ ମାଝୀ (୯୫ ବର୍ଷ) ଖେଳପଡ଼ିଆ ପାଇଁ ୫ ଏକର ଜମି ଦାନ କରିଛନ୍ତି। ସାବିତ୍ରୀଙ୍କ ଏହି ବଦାନ୍ୟତାକୁ ଗ୍ରାମବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି। ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ସିଙ୍ଗଝର ଗାଁର ପିଲାମାନେ ୪୦ ବର୍ଷ ହେବ ଫୁଟ୍‌ବଲ୍‌, କ୍ରିକେଟ୍‌, ଭଲିବଲ୍‌, ଖୋଖୋ, କବାଡ଼ି ଆଦି ଖେଳୁଛନ୍ତି। କିନ୍ତୁ ଗାଁରେ ଖେଳପଡ଼ିଆ ନଥିବାରୁ କାହା ଜମିରେ ତ କାହା ବ୍ୟକ୍ତିଗତ ଜାଗାରେ ଖେଳ ଅଭ୍ୟାସ କରୁଥିଲେ। ବେଳେ ବେଳେ ଜମି ମାଲିକଙ୍କ ପାଖରୁ ଗାଳି ବି ଶୁଣୁଥିଲେ। ପୂର୍ବରୁ ସରକାରଙ୍କୁ ଖେଳପଡ଼ିଆ ପାଇଁ ଆବେଦନ କରି ଗ୍ରାମର ଯୁବଗୋଷ୍ଠୀ ନିରାଶ ହୋଇଥିଲେ। ଏହା ଜାଣିବା ପରେ ସାବିତ୍ରୀ ନିଜ ଜମିରୁ ୫ ଏକର ଦାନ କରିଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖାଦେଇଛି। ଉତ୍ତମ ଖେଳ ପ୍ରଦର୍ଶନ କରି ସାବିତ୍ରୀଙ୍କ ଏହି ମହତ ଦାନକୁ ଫଳପ୍ରଦ କରିବେ ବୋଲି ଗାଁର ଯୁବକମାନେ ଶପଥ ନେଇଛନ୍ତି। 

ସାବିତ୍ରୀ ହେଉଛନ୍ତି ସିନାପାଲି ବ୍ଲକ୍‌ ସିଙ୍ଗଝର ଗାଁର ପୂର୍ବ ଗୌନ୍ତିଆ ସ୍ବର୍ଗତ ନୀଳାମ୍ବର ମାଝୀଙ୍କ ପତ୍ନୀ। ତାଙ୍କ କହିବା କଥା, ଗାଁରେ ଖେଳପଡ଼ିଆ ନ ଥିଲା। ପିଲାମା‌ନେ ଠିକ୍‌ ଭାବେ ଖେଳ ଅଭ୍ୟାସ କରି ପାରୁନଥିଲେ। ଗାଁର ପିଲାମାନେ ଖେଳରେ ସୁନାମ ଅର୍ଜନ କଲେ ଜିଲ୍ଲା ତଥା ରାଜ୍ୟର ସୁନାମ ହେବ। ତେଣୁ ସେ ଖେଳପଡ଼ିଆ ପାଇଁ ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଜମିଦାନ କରିଥିବା କହିଛନ୍ତି। ସାବିତ୍ରୀଙ୍କ ଏହି ମହାନତା ପାଇଁ ଗ୍ରାମର ପ୍ରେମଚାନ୍ଦ ବୈଠାରୁ, ସଞ୍ଜୟ ବୈଠାରୁ, ଭୁବନ ବୈଠାରୁ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe