ଜୟନାରାୟଣଙ୍କୁ ନେଇ ବୟାନବାଜି

Advertisment

ଗତକାଲି ସୁପ୍ରିମ୍‌କୋର୍ଟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କଲା ପରେ ରାଜନୀତି ଜୋର୍ ଧରିଛି। ରାଜ୍ୟ ପୁଲିସ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଗତକାଲି ସୁପ୍ରିମ୍‌କୋର୍ଟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କଲା ପରେ ରାଜନୀତି ଜୋର୍ ଧରିଛି। ରାଜ୍ୟ ପୁଲିସ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଗତକାଲି ସୁପ୍ରିମ୍‌କୋର୍ଟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କଲା ପରେ ରାଜନୀତି ଜୋର୍ ଧରିଛି। ରାଜ୍ୟ ପୁଲିସ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ସରକାର ବି ଅଡ଼ୁଆରେ ପଡ଼ିଯାଇଛନ୍ତି। ଏହି ସମୟରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। କୌଣସି ମନ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲି ନଥିଲା ବେଳେ ଆଇନ ତା’ ବାଟରେ ଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶ ପାଇଲା ପରେ ଶ୍ରୀ ମିଶ୍ର ଯେପରି ବୟାନ ଦେଉଛନ୍ତି, ତାହା ତାଙ୍କ ଅହଙ୍କାରକୁ ସୂଚାଉଛି। ପରୋକ୍ଷରେ ସେ ଦାବି କରୁଛନ୍ତି ଯେ ସେ ଆଇନରୁ ଊର୍ଧ୍ବରେ। ଆଇନ ସମସ୍ତଙ୍କ ପାଇଁ ସମାନ ଉକ୍ତିଟିକୁ ରାଜ୍ୟ ବିଜେପି ସରକାର ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ଅଭିଯୁକ୍ତ ଯଦି ବିଜେପିର ସଦସ୍ୟ, ତେବେ ଆଇନ ଅଲଗା ହୋଇଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି ଏବଂ ଅଭିଯୁକ୍ତ ଗିରଫ ହୋଇପାରୁ ନାହିଁ। ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ପୂର୍ବରୁ ମଧ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଅଭିଯୋଗ ଆସିଲା ପରେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ଓଡ଼ିଆ ଅସ୍ମିତାକୁ ନାରା କରି କ୍ଷମତାକୁ ଆସିଥିବା ବିଜେପି ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରୁଛି। ଓଡ଼ିଶାବାସୀ ଚାହିଁ ରହିଛନ୍ତି ଏହି ମାମଲାରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି।

ବିଜେପି ନେତା କ’ଣ ଆଇନର ଊର୍ଧ୍ବରେ: ବିଜେଡି
ଆଇନ ତା’ ବାଟରେ ଯିବ: ବିଜେପି

ବିଜେଡିକୁ ଜବାବ ଦେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଏହି ମାମଲାରେ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ। ଆଇନ ତା’ ବାଟରେ ଯିବ। ଏଥିରେ ହସ୍ତକ୍ଷେପ କରିବାର ଅଧିକାର କାହା ପାଖରେ ନାହିଁ। ମାତ୍ର ବିଜେଡି ଶାସନରେ ଥିଲା ବେଳେ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ସେଥି ପାଇଁ ଏହି ଭ୍ରଷ୍ଟ ସରକାରକୁ ଲୋକେ ଗାଦିରୁ ହଟାଇ ଦେବା ପରେ ଏବେ ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ବର୍ତ୍ତମାନ ବିଜେପି ସରକାରଙ୍କୁ କେବଳ ବିରୋଧ କରିବା ପାଇଁ ବିରୋଧୀ ଭିତ୍ତିହୀନ ରାଜନୀତି କରୁଛନ୍ତି। ବିଜେଡି ସରକାର ରାଜନୈତିକ ଅଭିସନ୍ଧି ରଖି ବହୁ ବିରୋଧୀ ଦଳର ନେତା ଓ ସୂଚନା ଅଧିକାରୀ କର୍ମୀଙ୍କୁ ହଇରାଣ କରୁଥିଲେ। ନବୀନ ପଟ୍ଟନାୟକ ସେତେବେଳେ ଆଇନ ତା’ବାଟରେ ଯିବ କହି ନୀରବ ପ୍ରତିମୂର୍ତ୍ତି ସାଜିଥିଲେ। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର ଏହାକୁ କାର୍ଯ୍ୟରେ କରି ଦେଖାଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe