ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

squarecapital.co.in

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏମ୍‌ଏମ୍‌ସି ରୋଡ଼ରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମରୁ ଗତ ରାତିରେ କିଛି ଦୁର୍ବୃତ୍ତ ଲୁଟ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ଘୁ.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମେସିନକୁ କୌଣସି ଧାରୁଆ ଅସ୍ତ୍ରରେ ତାଡ଼ି ଲୁଟ୍ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ସହରରେ ପ୍ରଥମ ହୋଇଥିବା ବେଳେ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe