ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢ଼ିବେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ, ସରକାର ଦେବେ ଫି’

Advertisment
ଝାରସୁଗୁଡ଼ା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ, ୬ମନ୍ତ୍ରୀ ପ୍ରଚାର ମଙ୍ଗ ଧରିବେ

oneindia tamil

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଏଣିକି ମାଗଣାରେ ପାଠ ପଢ଼ିବେ। ରାଜ୍ୟ ସରକାର ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏହି ପିଲାମାନଙ୍କର ସବୁ ଖର୍ଚ୍ଚ ବହନ କରିବେ। ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀ ସଂପୂର୍ଣ୍ଣ ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢିପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏସ୍‌ସିଏସ୍‌ଟି ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ହେବ। ଏହି ଯୋଜନା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ। ସରକାରଙ୍କ ଦ୍ୱାରା ଏହି ସୁବିଧା ଦିଆଯିବା ଦ୍ବାରା ସରକାରୀ ସ୍କୁଲରେ ପଢୁଥିବା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଉପକୃତ ହେବେ। ଫଳରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ମିଳିପାରିବ।

ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ସରକାର ବାର୍ଷିକ ଫି, କୋର୍ସ ଫି ଅର୍ଥ ବହନ କରିବେ। ସେହିପରି ବହି ଖର୍ଚ୍ଚ, ଟ୍ୟୁସନ ଫି’ ଏବଂ ହଷ୍ଟେଲ ଫି’ ମଧ୍ୟ ସରକାର ବହନ କରିବେ। ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଯଥା ବହି, କୋଚିଂ ସାମଗ୍ରୀ, ଟ୍ୟୁଟେରିଆଲ ଖର୍ଚ୍ଚକୁ ରାଜ୍ୟ ସରକାର ବହନ କରିବେ । ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe