ଦଳିତ ମହାସଂଘ ପକ୍ଷରୁ ଆତ୍ମସମ୍ମାନ ଓ ଅଧିକାର ସମାବେଶ

Advertisment
ଦଳିତ ମହାସଂଘ ପକ୍ଷରୁ ଆତ୍ମସମ୍ମାନ ଓ ଅଧିକାର ସମାବେଶ

ଭୁବନେଶ୍ୱର: ଦଳିତମାନଙ୍କ ଅଧିକାର ଓ ସମ୍ମାନ ନେଇ ଆଜି ଲୋୟର ପିଏମ୍‌ଜିରେ ଜାତୀୟ ଦଳିତ ମହାସଂଘ ଓଡ଼ିଶା ଶାଖା ପକ୍ଷରୁ ଆତ୍ମ ସମ୍ମାନ ଓ ଅଧିକାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଜାତୀୟ ଆବାହକ ଅଶୋକ ଭାରତୀ ଓ ଜାତୀୟ ଅଧ୍ୟକ୍ଷ ସୁବାସ ମଣି ସିଂହ ଯୋଗ ଦେଇ କହିଲେ, ସମଗ୍ର ଦେଶରେ ବର୍ତମାନ ଦଳିତଙ୍କ ଉପରେ ନିର୍ଯାତନା, ଶୋଷଣ, ଅତ୍ୟାଚାର ବଢ଼ିବାରେ ଲାଗିଛି। ଦଳିତଙ୍କୁ ଅନେକ ସ୍ଥଳରେ ଅପମାନିତ କରାଯାଉଥିବା ବେଳେ ସେମାନଙ୍କ ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ କରାଯାଉଛି। ଏହା ବିରୋଧରେ ସମଗ୍ର ଦଳିତ, ଆଦିବାସୀ ସମାଜ ସଂଘବଦ୍ଧଭାବେ ସଂଗ୍ରାମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଭାରତୀ ଓ ଶ୍ରୀ ସିଂହ ଆହ୍ଵାନ ଦେଇଥିଲେ।

ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ ସମାବେଶରେ ଅଧ୍ୟକ୍ଷତା କରି କହିଲେ, ଜାତୀୟ ସଂଘର ସହଯୋଗରେ ଆସନ୍ତା ଜାନୁଆରି ୨୬ ତାରିଖରୁ ସମଗ୍ର ରାଜ୍ୟରେ ଦଳିତଙ୍କ ଅଧିକାର ନେଇ ପଦଯାତ୍ରା ଅନୁଷ୍ଠିତ ହେବ। ଏସି/ଏସ୍‌ଟି ବିଧାୟକମାନେ ଆମରି ଭୋଟରେ ନିର୍ବାଚିତ ହୋଇ ଆମ କଥା ବିଧାନସଭାରେ ଉଠାଉନଥିବାରୁ ସେମାନଙ୍କୁ ବିରୋଧ ପ୍ରଦର୍ଶନ କରାଯିବ। ସଂଗଠନର ମହିଳା ଶାଖା ସଭାନେତ୍ରୀ କବିତା ଭୋଇ, ଉପସଭାପତି ପ୍ରକାଶ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଦଳିତମାନେ ଏକ ଶୋଭାଯାାତ୍ରରେ ମାଉସୀମା’ ମନ୍ଦିର ନିକଟରୁ ବାହାରି ସମାବେଶ ସ୍ଥଳରେ ପହଞ୍ଚିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦଳିତ, ଆଦିବାସୀମାନେ ଏହି ସମାବେଶରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe