ଆଠ ବର୍ଷ ଭିତରେ ୨୪୦୩ ଏସସିଏସଟି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି: ମନ୍ତ୍ରୀ

Advertisment
ଜଗନ୍ନାଥଙ୍କ ୬୧୩ ଏକର ଜମି ଅବରୋଧ ରହିଛି: ଆଇନ ମନ୍ତ୍ରୀ

Sambad

ଭୁବନେଶ୍ବର: ଆଠ ବର୍ଷ ଭିତରେ ୨୪୦୩ ଏସସିଏସଟି ବର୍ଗର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି।  ଏଯାଏ ଦଶମ ପାସ ପରେ ୨୦୧୪ ଜଣ ଓ ପ୍ରାୟ ୩୪୭୬ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରେ ନାଁ ନଲେଖାଇ ପାଠପଢା ଛାଡ଼ିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକ କହିଛନ୍ତି।

ସେ ଆହୁରି କହିଛନ୍ତି, କରୋନା ମହାମାରୀ ସମୟରେ ଅଧିକ ପିଲା ଛାଡ଼ିଛନ୍ତି ପାଠ। ୨୦୨୦ରେ ୨୪୭ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୪୯୧ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ୨୦୨୧ରେ ୧୭୨ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୮୩୩ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି। ୨୦୨୨ରେ ୬୧୮ ଜଣ ଅଣ୍ଡର ମାଟ୍ରିକରୁ ପାଠ ଛାଡ଼ିଛନ୍ତି। ସେହିପରି ୩୨ ଜଣ ମାଟ୍ରିକ ପରେ ପାଠ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe