ଅନୁୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ଵୟ ସମିତିର ବିକ୍ଷୋଭ

Advertisment
ଅନୁୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ଵୟ ସମିତିର ବିକ୍ଷୋଭ

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ବୃଦ୍ଧି ପାଉଥିବା ଦଳିତ ଓ ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନାକୁ ବନ୍ଦ କରିବା ପାଇଁ ଦୃଢ଼ ପଦକ୍ଷେପ ଦାବିରେ ସୋମବାର ଅନୁୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ଵୟ ସମିତି ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସଂଘର ସଂଯୋଜକ ଅଭିରାମ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାମ ମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଦେଶବ୍ୟାପୀ ଦଳିତ ଓ ଆଦିବାସୀଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଦୋଷୀମାନଙ୍କୁ ତ୍ୱରିତ ଦଣ୍ଡ ବିଧାନ କରିବା, ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଆଦି ୫ ଦଫା ଦାବି ନେଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସଂଗଠନର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ଏହି ବିକ୍ଷୋଭରେ ବିଦ୍ୟାଧର ଦେହୁରୀ, ହଳଧର ସେଠୀ, ମାନସ ଜେନା, ଲିଟୁ ଦାସ, ଅନିଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe