୫ଟି ମୋ ସ୍କୁଲ ନିର୍ମାଣ ନାଁରେ ଦୁର୍ନିତୀକୁ ନେଇ ପୁଣି ଉଠିଲା ଅଭିଯୋଗ

Advertisment
୫ଟି ମୋ ସ୍କୁଲ ନିର୍ମାଣ ନାଁରେ ଦୁର୍ନିତୀକୁ ନେଇ ପୁଣି ଉଠିଲା ଅଭିଯୋଗ

ଜୟପୁର: ରାଜ୍ୟ ସରକାର ୫ଟି ମୋ ସ୍କୁଲ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୁରୁଣା ସ୍କୁଲରେ ନୂଆ ରଂଗ ମାରୁଛନ୍ତି। କିଛି ସ୍ଥାନରେ ନୂଆ ସ୍କୁଲ ବି ନିର୍ମାଣ କରୁଛନ୍ତି। ତେବେ ଜୟପୁରବ୍ଲକର କଙ୍ଗା ପଂଚାୟତର ପକନାଗୁଡାରେ ୫ଟି ମୋ ସ୍କୁଲ ନିର୍ମାଣ ନାଁରେ ବ୍ୟାପକ ଦୁର୍ନିତୀ ହୋଇଛି ବୋଲି ଭାରତୀୟ ଜନତା ପାର୍ଟି ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ ଅଭିଯୋଗ କରିଛନ୍ତି। ଏଭଳିକି ଗତ କାଲି ନୂଆରେ ନିର୍ମାଣ ପାଇଁ ଲଗାଯାଇଥିବା ନାମଫଳକକୁ ଶ୍ରୀ ସାମନ୍ତରାୟ ଗ୍ରାମବାସୀଙ୍କ ସହଯୋଗରେ ଭାଙ୍ଗି ଦେଇଛନ୍ତି।

ଏହି ଯୋଜନାର କାମ ଗୁଡିକୁ ବିନା ଟେଣ୍ଡରରେ କନିଷ୍ଠ ଯନ୍ତ୍ରୀ ମାନେ କାମ କରୁଛନ୍ତି। କୋଟି କୋଟି ଟଙ୍କାର କାମ କରିବା ପାଇଁ ଏମାନଙ୍କ ନିକଟରେ ଏତେ ଟଙ୍କା ଆସିଲା କେଉଁଟାରୁ ବୋଲି ପ୍ରଶ୍ନ କରିଛନ୍ତି। ଏମାନଙ୍କ ମାସିକ ଦରମା ୪୦ରୁ ୫୦ହଜାର ଟଙ୍କା ହୋଇଥିବା ବେଳେ ଏମାନେ କୋଟି କୋଟି ଟଙ୍କାର କାମ କିଭଳି କରୁଛନ୍ତି। ଯଦି ସେମାନେ ଏତେ ଟଙ୍କାର କରୁଛନ୍ତି ତେବେ ସରକାରୀ ଯୋଜନା ଗୁଡିକର ଟଙ୍କା ହରିଲୁଟ୍ କରି ରଖିଥିବା ପୁଜିଂ ଏଥିରେ ବିନିଯୋଗ କରୁଥିବେ ନଚେତ କାମ ଗୁଡିକୁ ନିଜ ନାଁରେ ଆଣି ଠିକାଦାରଙ୍କ ଜରିଆରେ କରି ପିସି ଖାଉଥିବେ ବୋଲି ଅଭିଯୋଗ କରିଛନ୍ତି। ଏହି ସ୍ଥିତିରେ ସରକାରୀ ଅର୍ଥ ହରିଲୁଟ କରିବା ପାଇଁ ଏହା ପ୍ରମୁଖ ମାଧ୍ୟମ ସାଜିଛି ବୋଲି ଅଭିଯୋଗ କରିଛନ୍ତି।

କଙ୍ଗା ପକନାଗୁଡାରେ ୫ଟି ମୋ ସ୍କୁଲ ନିର୍ମାଣ ନାଁରେ କିଛି ନିର୍ମାଣ ନ କରି ସାଇନ୍ ବୋର୍ଡ ଲଗାଇ ସମସ୍ତ ଟଙ୍କା ହଡଫ କରାଯାଇଛି ବୋଲି ଶ୍ରୀ ସାମନ୍ତରାୟ ଅଭିଯୋଗ କରିଛନ୍ତି। ତୁରନ୍ତ ସରକାର ବୈଷୟିକ ଟିମ୍ ଆସି ଯାଂଚ କରି ସରକାରୀ ଅର୍ଥ ହରିଲୁଟର ପର୍ଦ୍ଦାପାସ କରୁ ବୋଲି ଦାବି କରିଛନ୍ତି। କଙ୍ଗା ହାଇସ୍କୁଲ ଦୟନୀୟ କୋଠାରେ ଚାଳିଥିବା ଦେଖିବା ପରେ ୫ଟି ମୋ ସ୍କୁଲ ରୁପାନ୍ତର କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଜମି ନ ମିଳିବା ପରେ ବାଧ୍ୟ ହୋଇ ପକାନାଗୁଡା ନିକଟସ୍ଥ ଗୋଚର ଜମିର କିସମକୁ ପରିବର୍ତ୍ତନ କରି ବିଦ୍ୟାଳୟ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଡିଓ ଶକ୍ତି ମହାପାତ୍ର। ଗତ ୨ବର୍ଷ ହେବ ଜମି ବିବାଦ ଯୋଗୁଁ ଏଠାରେ ଏହି ନୂଆ ବିଦ୍ୟାଳୟ ନିର୍ମାଣ ହୋଇ ପାରୁନି। ୫ଟି ମୋ ସ୍କୁଲ ରୁପାନ୍ତର ଅଭିଯାନରେ ୩୦ଲକ୍ଷ ଓ୫ଟି ମୋ ଓଡିଶା ନବୀନ ଓଡିଶାରେ ୧୦ଲକ୍ଷ ଟଙ୍କାକୁ ସମ୍ମିଳିତ କରି ୪୦ଲକ୍ଷରେ ସେଠାରେ ହାଇସ୍କୁଲ ନିର୍ମାଣ କରାଯିବାର ଯୋଜନା ରହିଛି। ନିର୍ମାଣ କରିବା ପୂର୍ବରୁ ଲଗାଯାଇଥିବା ଫଳକକୁ ଦେଖି ଅଭିଯୋଗ କରିଥିବା ବିଡିଓ କହିଛନ୍ତି। ରାଜନୈତିକ ଚାପ ଯୋଗୁଁ ସେଠାରେ ବିଦ୍ୟାଳୟ ନିର୍ମାଣ ହୋଇ ପାରିନଥିଲା। ଏବେ ଆରମ୍ଭ ହେବା ପୂର୍ବରୁ ପୁଣି ବିବାଦ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ବିଡିଓ। ଏହି ବିଦ୍ୟାଳୟ ନିର୍ମାଣ ଆରମ୍ଭ ନ ହେବା ପଛର କାରଣ ସ୍ପଷ୍ଟ ଭାବେ ଜିଲ୍ଲାପ୍ରଶାସନ ଜାଣିଛନ୍ତି। ଏବଂ ସମସ୍ତ ରକମର ତଦନ୍ତରେ ସହଯୋଗ କରିବାକୁ ବ୍ଲକ ପ୍ରଶାସନ ପ୍ରସ୍ତୁତ ବୋଲ କହିଛନ୍ତି ବିଡିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe