କାଜୁ ନିଗମ ଯାଜପୁର ଡିଭିଜନ୍‌ରେ ଦୁର୍ନୀତି ଗନ୍ଧ: ୫ବର୍ଷରେ ୧କୋଟି ୪୩ଲକ୍ଷ ଟଙ୍କା ଫାଙ୍କି

Advertisment

ଲିଜ୍‌ଧାରୀ ଓ ଅଧିକାରୀଙ୍କର ଅସାଧୁମେଣ୍ଟର ପର୍ଦ୍ଦାଫାସ

ଲିଜ୍‌ଧାରୀ ଓ ଅଧିକାରୀଙ୍କର ଅସାଧୁମେଣ୍ଟର ପର୍ଦ୍ଦାଫାସ

କାଜୁ ନିଗମ ଯାଜପୁର ଡିଭିଜନ୍‌ରେ ଦୁର୍ନୀତି ଗନ୍ଧ: ୫ବର୍ଷରେ ୧କୋଟି ୪୩ଲକ୍ଷ ଟଙ୍କା ଫାଙ୍କି

The Guardian Nigeria

ଯାଜପୁର : କାଜୁ ନିଗମର ଯାଜପୁର ଡିଭିଜନ(ଛତିଆ,ସୋଲର)ରେ ଗତ ୫ବର୍ଷରେ ୧କୋଟି ୪୩ଲକ୍ଷ ୪୧ହଜାର ୭୯୦ଟଙ୍କା ଘୋଟାଲା ହୋଇଛି। ଯାହା ଦୁର୍ନୀତି ହୋଇଥିବା କୁହାଯାଉଛି, ସେହି ଅର୍ଥକୁ ୫୦ଜଣ ଲିଜ୍‌ଧାରୀ ଏହି ଅର୍ଥ ବକେୟା ରଖିଛନ୍ତି। ଆଶ୍ଚର୍ଯ୍ୟଜନକ ଅର୍ଥ ପଇଠ କରିନଥିବା ଏହି ଲିଜ୍‌ଧାରୀଙ୍କୁ ବାରମ୍ବାର ଲିଜ୍‌ ପ୍ରଦାନ କରି ଚାଲିଛନ୍ତି। ଯାହାକି ଅଧିକାରୀ ଏବଂ ରାଜସ୍ବ ଫାଙ୍କିଥିବା ଲିଜ୍‌ଧାରୀଙ୍କ ମଧ୍ୟରେ ଥିବା ଅସାଧୁମେଣ୍ଟକୁ ପଦାରେ ପକାଇ ଦେଇଛି।

ରାଜ୍ୟ କାଜୁ ନିଗମ ଅଧୀନରେ ଥିବା ଯାଜପୁର ଡିଭିଜନ୍‌ରେ ୬୮ଟି କାଜୁ ବଗିଚା ରହିଛି। ଏହି ୬୮ କାଜୁ ବଗିଚାର ୩୯୫୨ ହେକ୍ଟର ଜମି ରହିଛି। କାଜୁ ବଗିଚା ନିଲାମରେ ଗତ୫ ବର୍ଷ ମଧ୍ୟରେ ନିଲାମଧାରୀ ଓ ନିଗମର କେତେକ ଅଧିକାରୀଙ୍କ ମିଲିଭଗତରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ‌ହୋଇଛି। ନାମକୁ ମାତ୍ର ନିଲାମ କରାଯାଉଛି। କେତେକ ଅଧିକାରୀଙ୍କ ସହଯୋଗରେ ବର୍ଷ ବର୍ଷ ଧରି ଏହି ନିଲାମ ପ୍ରକ୍ରିୟାକୁ ନିଜ କବ୍‌ଜାରେ ରଖିଛନ୍ତି। ପ୍ରଭାବଶାଳୀଙ୍କ ଇଙ୍ଗିତରେ ୬୮ କାଜୁ ବଗିଚା ନିଲାମ କରାଯାଉଛି। ବିଭାଗୀୟ ନିୟମ ଅନୁଯାୟୀ ନିଲାମଧାରୀ ଟେଣ୍ତର ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହେବାପରେ ପ୍ରଥମ ବର୍ଷ ପାଇଁ ୪୦ ପ୍ରତିଶତ ଅର୍ଥ ୭ ଦିନ ମଧ୍ୟରେ ଜମା କରିବେ। ଦ୍ବିତୀୟ ବର୍ଷ ୩୦ ପ୍ରତିଶତ ଓ ତୃତୀୟ ବର୍ଷ ୩୦ ପ୍ରତିଶତ ଅର୍ଥ ଜମା କରିବେ। ଏଥିରୁ ଖିଲାପ ହେଲେ ନିଲାମ ରଦ୍ଦ କରାଯାଇ ନୂତନ ଭାବେ ନିଲାମ କରାଯିବାର ବ୍ୟବସ୍ଥା ରହିଛି।

ମାତ୍ର ଏହି ଡିଭିଜନରେ ଏହାର ବ୍ୟତିକ୍ରମ ହୋଇଚାଲିଛି । ନିଲାମଧାରୀମାନେ ସଂପୂର୍ଣ୍ଣ ଅର୍ଥ ପୈଠ କରିନଥିଲେ ବି ସେମାନଙ୍କର ନିଲାମ ରଦ୍ଦ କରାଯାଉନାହିଁ। ଧର୍ମକୁ ଆଖିଠାର ଭଳି ନିଲାମର ୬ ମାସ ପରେ ସେମାନଙ୍କ ନାମରେ ଥାନାରେ ନାମକୁ ମାତ୍ର ଏତଲା ଦିଆଯାଉଛି। ଏଭଳି ବେଆଇନ କାରବାର ଜରିଆରେ ଏହି ଡିଭିଜନରେ ୨୦୧୮ ରୁ ୨୦୨୦ ତିନି ବର୍ଷରେ ନିଲାମର ତୃତୀୟ ବର୍ଷ ପାଇଁ ୮ଜଣ ନିଲାମଧାରୀଙ୍କ ଉପରେ ୨୪ ଲକ୍ଷ ୯୨ ହଜାର ୯୧୬ ଟଙ୍କା ବକେୟା ରହିଛି। ମାତ୍ର ସେମାନେ ବଗିଚାରୁ କାଜୁ ତୋଳି ନେଇଛନ୍ତି। ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ଏତଲା ଦିଆଯାଇଛି। ସେହିପରି ୨୦୧୯ ରୁ ୨୦୨୧ ତିନି ବର୍ଷିଆ ନିଲାମର ପ୍ରଥମ ବର୍ଷରେ ୧୫ ଜଣ ନିଲାମଧାରୀ ୩୪ ଲକ୍ଷ ୯୩ ହଜାର ୯୦ ଟଙ୍କା ପଇଠ କରିନାହାନ୍ତି। ସେମାନଙ୍କ ନିଲାମ ବାତିଲ କରାଯାଇ ନାହିଁ । ସେହିପରି ୨୦୧୯ ରୁ ୨୦୨୧ ତିନିବର୍ଷ ପାଇଁ ହୋଇଥିବା ନିଲାମର ଦ୍ବିତୀୟ ବର୍ଷରେ ୩ ଜଣ ନିଲାମଧାରୀ ୮ ଲକ୍ଷ ୫୭ ହଜାର ୫୨୪ ଟଙ୍କା ବାକି ରଖିଥିବାବେଳେ ସେମାନଙ୍କ ନିଲାମ ପ୍ରକ୍ରିୟାକୁ ରଦ୍ଦ କରାଯାଇ ନାହିଁ । ୨୦୨୦ ରୁ ୨୦୨୨ ତିନି ବର୍ଷିଆ ନିଲାମର ପ୍ରଥମ ବର୍ଷରେ ୧୯ ଜଣ ନିଲାମଧାରୀ ୭୪ ଲକ୍ଷ ୯୮ ହଜାର ୨୬୦ ଟଙ୍କା ପଇଠ କରିନାହାନ୍ତି । ଏହି ନିଲାମଧାରୀମାନେ ଟେଣ୍ତର ନୀତିନିୟମ ଅନୁଯାୟୀ ଅର୍ଥ ପୈଠ କରୁନଥିଲେ ମଧ୍ୟ ସେମାନଙ୍କ ନିଲାମକୁ ବାତିଲ କରାନଯିବାକୁ ନେଇ ପ୍ରଶ୍ନ ଉଠିଛି ।

କେବଳ କେତେକଙ୍କ ନାମରେ ଥାନାରେ ନାମକୁ ମାତ୍ର ଏତଲା ଦିଆଯାଇ ସେମାନଙ୍କୁ ପରୋକ୍ଷରେ ସହାୟତା ଦିଆଯାଇଛି । ଆହୁରି ମଧ୍ୟ ପ୍ରଥମ ବର୍ଷ ନିଲାମ ଚୁକ୍ତି ଖିଲାପ କରିଥିବା ବେଳେ ପୁଣି ସେମାନଙ୍କୁ ନୂତନ ଟେଣ୍ତର ପ୍ରକ୍ରିୟାରେ ସାମିଲ କରାଯାଇ ନିଲାମ ପ୍ରଦାନ କରାଯାଇଛି। ଯାହା ବିଭାଗୀୟ ଅଧିକାରୀ ଓ ନିଲାମଧାରୀଙ୍କ ଅସାଧୁମେଣ୍ଟକୁ ପଦାରେ ପକାଇ ଦେଇଛି। ଏହାର ବିଧିବଦ୍ଧ ତଦନ୍ତ କରାଗଲେ ଯାଜପୁର କାଜୁ ନିଗମର ଡିଭିଜନରେ ହୋଇଥିବା ନିଲାମ କେଳଙ୍କାରୀ ପଦାକୁ ଆସିପାରିବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe