ଯୁଗପୁରା-ଜାମପଦା ରାସ୍ତା ନିର୍ମାଣରେ ଦୁର୍ନୀତି! ପ୍ରତିବାଦ କଲେ ଗ୍ରାମବାସୀ

ଦୀର୍ଘ ୨୪ ବର୍ଷର ପୂର୍ବ ବିଜେଡି ସରକାର ସମୟରେ ହୋଇ ଆସୁଥିବା ଦୁର୍ନୀତିକୁ ଦମନ କରିବା ପାଇଁ ଲୋକେ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଢି ପରିବର୍ତ୍ତନ ଆଣିଲେ। ହେଲେ ଏବେବି ଚାଲିଛି ଅଫିସର ରାଜ୍।

ବୈଶିଙ୍ଗା: ଦୀର୍ଘ ୨୪ ବର୍ଷର ପୂର୍ବ ବିଜେଡି ସରକାର ସମୟରେ ହୋଇ ଆସୁଥିବା ଦୁର୍ନୀତିକୁ ଦମନ କରିବା ପାଇଁ ଲୋକେ ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଢି ପରିବର୍ତ୍ତନ ଆଣିଲେ। ହେଲେ ଏବେବି ଚାଲିଛି ଅଫିସର ରାଜ୍। ଆଉ ତାର ଉଦାହରଣ ହେଉଛି ଜୁଗପୁରା ଠାରୁ ଜାମପଦା ରାସ୍ତା। ତେବେ ଏଭଳି ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ଯ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗ୍ରାମ୍ଯ ନିର୍ମାଣ ଉପବିଭାଜନ ଅଧିନରେ ଥିବା ସନ୍ତରା ପଞ୍ଚାୟତର ଜୁଗପୁରା ଠାରୁ ଜାମପଦା ରାସ୍ତାରେ ଦେଖିବାକୁ ମିଳିଛି।

କାର୍ଯ୍ଯର ପାଞ୍ଚ ଦିନ ପରେ ହାତ ମାରିଲେ ରାସ୍ତାରୁ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କାର୍ଯ୍ଯଟି ୪ କୋଟି ୨୪ ଲକ୍ଷ ୬୫ ହଜାର ଅଟକଳରେ ୩୦/୧୨/୨୦୨୩ ତାରିଖରେ ଆରମ୍ଭ ଏବଂ ୨୯/୦୯/୨୦୨୪ ତାରିଖରେ ଶେଷ ହେବାର ଫଳକରେ ଲେଖାଯାଇଛି। ହେଲେ ଏଯାଏ କାମ ସରୁନି। ଆଉ ସେପଟେ କାମ ନ ସରୁଣୁ ରାସ୍ତାରୁ ଉଠିଲାଣି ଫଡ଼ାଫଡ଼ା ପିଚୁ।

publive-image

ସ୍ଥାନୀୟ ଲୋକଙ୍କ ଦୀର୍ଘ ୫୦ ବର୍ଷର ଦାବି ପରେ ଯଦି ସରକାର ଏହି ସନ୍ତରା ପଞ୍ଚାୟତ ପାଇଁ ରାସ୍ତାଟିଏ ଦେଲେ ଓ ଆଜି ରାସ୍ତାର ଏଭଳି ଅବସ୍ଥା ଦେଖିଲେ। ଲୋକେ କହୁଛନ୍ତି ଆମର ପୂର୍ବ ମାଟି ରାସ୍ତା ବରଂ ଭଲଥିଲା। ଏଭଳି ନିମ୍ନମାନର ରାସ୍ତା କାର୍ଯ୍ଯ ପାଇଁ ସାଧାରଣରେ ଭିଜିଲାନ୍ସ ତଦନ୍ତ କରାଯାଇ ଉଭୟ ଠିକାଦାର ଓ ପ୍ରଶାସନ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆଜି ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ଉପରେ ଦାବି କରିଛନ୍ତି ସ୍ଥାନୀୟ ଲୋକl 

ତେବେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁନ୍ଦରମୋହନ ବାସ୍କେ କହିଛନ୍ତି କି ଠିକାଦାରଙ୍କ ରୋଲର ଖରାପ ହୋଇଯାଥିବା ଯୋଗୁଁ କିଛି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ବ୍ୟତିକ୍ରମ ଘଟିଛିl ଆଜି ବର୍ଷା ପାଇଁ ତାକୁ ମରାମତି କରାଯାଇ ପାରିନାହିଁ, ପାଗ ଶୁଖିଲା ହେଲେ ସେହି ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ପିଚୁ ପକାଇ ରାସ୍ତା ତିଆରି କରାଯିବl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe