ପାଇପ୍‌ ବିଛା କାମରେ ହରିଲୁଟ୍‌: ଜନସ୍ବାସ୍ଥ୍ୟ ବିଭାଗର ୭ ଗୁପ୍ତ ଟେଣ୍ଡର

Advertisment

ମଜୁରି ବାବଦରେ ମିଟର ପିଛା କାହାକୁ ୧୩୫ ଟଙ୍କା ୭୦ ପଇସା ତ କାହାକୁ ୩୩୬ ଟଙ୍କା ୪୦ ପଇସା

ମଜୁରି ବାବଦରେ ମିଟର ପିଛା କାହାକୁ ୧୩୫ ଟଙ୍କା ୭୦ ପଇସା ତ କାହାକୁ ୩୩୬ ଟଙ୍କା ୪୦ ପଇସା

ପାଇପ୍‌ ବିଛା କାମରେ ହରିଲୁଟ୍‌: ଜନସ୍ବାସ୍ଥ୍ୟ ବିଭାଗର ୭ ଗୁପ୍ତ ଟେଣ୍ଡର

mswmag.com

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜନସ୍ବାସ୍ଥ୍ୟ ବିଭାଗରେ ୭ଟି ଗୁପ୍ତ ଟେଣ୍ଡର ଜରିଆରେ ଲକ୍ଷଲକ୍ଷ ଟଙ୍କାର କାମ ବାଣ୍ଟିଦିଆଯାଇଛି। ଖାଲି ସେତିକି ନୁହେଁ, ‌ମନଇଚ୍ଛା ପ୍ରାପ୍ୟ ମଧ୍ୟ ଦିଆଯାଇଛି। କାମ ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯିବା କଥା। ମାତ୍ର ତାହା କରାଯାଇ ନାହିଁ। ଯେଉଁ କିଛି ଜଣଙ୍କୁ ଗୁପ୍ତ ଟେଣ୍ଡରରେ ଦିଆଯାଇଛି, ସେମାନଙ୍କୁ ମନଇଚ୍ଛା ପ୍ରାପ୍ୟ ଦିଆଯାଇଛି। ପାନୀୟ ଜଳ ଯୋଗାଣ ପାଇଁ କେନ୍ଦୁଝର ସହରରେ ମୋଟ ୩୯୧୩ ମିଟର ପାଇପ୍‌ ବିଛାଯାଇଛି। ପାଇପ୍‌ ବିଛାଇବା ପାଇଁ ଶ୍ରମିକ ପାଉଣା ବାବଦରେ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସହରର ବୃନ୍ଦାବନ ବିହାର‌, ସାତସିଙ୍ଗା ସରସ୍ବତୀ ଶିଶୁ ମନ୍ଦିର ପାଖ, ଏଗ୍ରିକଲଚର କଲୋନି, କମାରଗୋଡ଼ା ହୁଡ଼ି ସାହି, ବିଗ୍‌ବଜାର ଗଳି ଓ ବଣିଆପାଟ ମୁଣ୍ଡା ସାହି ଆଦିରେ ଏହି କାମ ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପାଇପ୍‌ ବିଛା କାମ ପାଇଁ ଶ୍ରମିକ ମଜୁରି ବାବଦରେ ଠିକାଦାର ରାଜେନ୍ଦ୍ର ନାରାୟଣ ସେଠୀଙ୍କୁ ମିଟର ପ୍ରତି ୧୩୫ ଟଙ୍କା ୭୦ ପଇସା ଦିଆଯାଇଥିବା ବେଳେ ବିପିନ ରାଉତ ଏବଂ ଅଖୋଜି ରାୟଙ୍କୁ ସେହି ସମାନ କାମ ପାଇଁ ୩୩୬ ଟଙ୍କା ୪୦ ପଇସା ଦିଆଯାଇଛି।

ପାଇପ୍‌ ବିଛା ପାଇଁ ନିୟୋଜିତ କନିଷ୍ଠ ଯନ୍ତ୍ରୀ ସୁବିର କୁମାର ମାଇତିଙ୍କୁ ପଚାରିବାରୁ ସେ କହିଲେ ଯେ ଏଥି ପାଇଁ ବିଭାଗ ପକ୍ଷରୁ ପାଇପ୍‌ କିଣାଯାଇଥିଲା ଓ ଶ୍ରମିକ ନିୟୋଜିତ ପାଇଁ ଠିକାଦାର ଚୟନ କରାଯାଇଥିଲା। ମାତ୍ର କେଉଁ ଶ୍ରମିକ କେତେ ଟଙ୍କା ନେଇଛନ୍ତି ସେ ସଂପର୍କରେ ସେ କିଛି ଜାଣିନାହାନ୍ତି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେ ଏ ସମ୍ପର୍କରେ ଅବଗତ ନାହାନ୍ତି। ଘଟଣା କ’ଣ ଜାଣିବା ପରେ ଯାହା କିଛି କହିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe