ପ୍ରଧାନମନ୍ତ୍ରୀ ସଡ଼କରେ କେଳେଙ୍କାରୀ: ୫ଏସ୍‌ଡିଓଙ୍କ ନାମରେ ଡ୍ରାଫ୍ଟଚାର୍ଜ ପାଇଁ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ବର୍ଷରେ ୨୪୮୯୩ କି.ମି ରାସ୍ତା ନିର୍ମାଣ

Nbmcw.com

ଯାଜପୁର : ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡିକର ତଦନ୍ତ କରିଥିବା ଜାତୀୟ ଗୁଣବତ୍ତା ଟିମ୍‌ଙ୍କ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଯାହାଫଳରେ, ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ସଂସ୍ଥାଙ୍କ ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଅସୁବିଧାରେ ପଡୁଛି। ଯାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାଜପୁର ଜିଲ୍ଲାର ଯାଜପୁରରୋଡ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଆଳି ଓ ମାର୍ଶାଘାଇ ଏସ୍‌ଡ଼ିଓଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିବା ପାଇଁ କେନ୍ଦ୍ରାପଡା-ଯାଜପୁର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଚିଠି ନମ୍ବର -୨୩୫୪୮ଗତକାଲି ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଥାଉକି ୨୦୨୧ ଓ ୨୦୨୨ ମସିହାରେ ଏହି ଉପଖଣ୍ଡର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ୭ ଟି ରାସ୍ତା ତଦନ୍ତ ବେଳେ ନିର୍ମାଣକୁ ନେଇ ଜାତୀୟ ଗୁଣବତ୍ତା ଟିମ୍‌ ଆପତ୍ତି ଉଠାଇଥିଲେ। ଏହି ଆପତ୍ତି ଉପରେ ସମ୍ପୃକ୍ତ ଏସଡିଓମାନେ କୌଣସି ପଦକ୍ଷେପ ନେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe