ଉଜ୍ଜ୍ବଳା ଯୋଜାନାରେ ବଡ଼ ଧରଣର ଦୁର୍ନୀତି: ହିତାଧିକାରୀଙ୍କ ଅଜାଣତରେ ଗ୍ୟାସ୍ ସଂଯୋଗ

Advertisment
ଉଜ୍ଜ୍ବଳା ଯୋଜାନାରେ ବଡ଼ ଧରଣର ଦୁର୍ନୀତି: ହିତାଧିକାରୀଙ୍କ ଅଜାଣତରେ ଗ୍ୟାସ୍ ସଂଯୋଗ

The News Junction

ସମ୍ବଲପୁର : ହିତାଧିକାରୀଙ୍କ ନାମରେ କେବେଠୁ ଗ୍ୟାସ୍ ସଂଯୋଗ ଦିଆଯାଇଛି,‌ ହେଲେ ହିତାଧିକାରୀଙ୍କ ପାଖରେ କିଛି ସୂଚନା ନାହିଁ। କେନ୍ଦ୍ର ସରକାର ଦେଶର ଗରିବ ପରିବାର ପାଇଁ ଏହି ମହାତ୍ବାକାଂକ୍ଷୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଆରମ୍ଭ କରିଥିବା ବେଳେ ତାହାର ସୁଫଳ କିନ୍ତୁ ଗରିବ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନାହିଁ, ବାଟମାରଣା ‌ହୋଇଯାଉଛି।

publive-image Goodreturns Hindi

ଗତ ୨୦୧୬ ମସିହାରେ ଦେଶର ୧୦ ହଜାର କୋଟିରୁ ଅଧିକ ଗରିବ ପରିବାର କାଠ, ଗୋବର ଆଦିରେ ରୋଷେଇ କରୁଥିଲେ। ରୋଷେଇ ଧୂଆଁ ଯୋଗୁଁ ରୋଗରେ ଆକ୍ରାନ୍ତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ମେ ୨୦୧୬ର ଉତ୍ତରପ୍ରଦେଶର ବଲିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତତ୍କାଳୀନ ପେ‌ଟ୍ରୋଲିୟମ୍ ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ଲୋକାର୍ପଣ କରିଥିଲେ। ଗରିବ ହିତାଧିକାରୀଙ୍କୁ ଏହି ସଂଯୋଗ ଗ୍ୟାସ୍ ସଂଯୋଗ ଦିଆଯାଉଥିଲା। ଗତ ୨୦ ଜୁନ୍‌ରେ ୨୦୧୬ରେ ତତ୍କାଳୀନ ‌କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ଉପସ୍ଥିତିରେ ଏକ ରାଜ୍ୟସ୍ତରୀୟ ସମାରୋହରେ ସମ୍ବଲପୁରରେ ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଯୋଜାନାର ଲୋକାର୍ପଣ କରିଥିଲେ। ଏହି ସମାରୋହରେ ୨୦ ଜଣ ହିତାଧିକାରୀଙ୍କୁ ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ୭୧୪ ଜିଲ୍ଲାରେ ୭ କୋଟି ୧୯ ଲକ୍ଷ ୭ ହଜାର ୮୧୨ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯାଉଛି। ହେଲେ ବାସ୍ତବରେ ବହୁ ଗରିବ ହିତାଧିକାରୀଙ୍କୁ ଏହି ଯୋଜନାରେ ସୁଫଳ ମିଳିପାରୁ ନାହିଁ। ଅଧା ବାଟରୁ ବାଟମାରଣା ହେଉଛି।

publive-image

ସମ୍ବଲପୁର ସାକ୍ଷୀପଡ଼ାର ଯ‌ଶୋବନ୍ତୀ ରଣା କହନ୍ତି, କିଛିଦିନ ତଳେ ତାଙ୍କ ପାଖକୁ କଷ୍ଟମର କେୟାରରୁ ଏକ କଲ୍‌ ଆସିଥିଲା। ଗ୍ୟାସ୍ ଚୁହ୍ଲା ଠିକ୍‌ ଚାଲିଛି ନା’ କିଛି ସମସ୍ୟା ରହିଛି ବୋଲି ତାଙ୍କୁ ଫୋନ୍ କରିଥିବା ବ୍ୟକ୍ତି ପଚାରିଥିଲେ। ହେଲେ ସେ ଗ୍ୟାସ୍ ସଂଯୋଗ ନେଇ ନଥିବା କହିବାରୁ ‌କଲ୍‌ କରିଥିବା ବ୍ୟକ୍ତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏଥି ସହିତ ତାଙ୍କ ନାମରେ ୨୦୧୬ ମସିହାରୁ ଗ୍ୟାସ୍‌ ସଂଯୋଗ ରହିଥିବା ସୂଚନା ଦେଇଥିଲେ। ଲିପି ଗ୍ୟାସ୍‌ରୁ ସଂଯୋଗ ଦିଆଯାଇଥିବା ଯଶୋବନ୍ତୀଙ୍କୁ କହିଥିଲେ। ସେହିପରି ସମ୍ବଲପୁର ମାୟାବଗିଚାର ସୁମିତ୍ର‌ା ଭଇଁସା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍‌ ସଂଯୋଗ ପାଇଁ କିଛିଦିନ ତଳେ ଆବେଦନ କରିବାକୁ ଯାଇଥିଲେ। ତେବେ, ଗତ ୨୦୧୯ ମସିହାରୁ ତାଙ୍କ ନାମରେ ମୁଣ୍ଡା ଗ୍ୟାସ୍‌ ସର୍ଭିସ୍‌ରୁ ଗ୍ୟାସ୍‌ ସଂଯୋଗ ଇସ୍ୟୁ କରାଯାଇଥିବା ଜାଣି ହତବାକ ହୋଇଯାଇଥିଲେ। ମାନସୀ ବଗର୍ତ୍ତିଙ୍କ କ୍ଷେତ୍ରରେ ବି ସେଭଳି ହୋଇଛି। ମାନସୀଙ୍କ ନାମରେ ବି ୨୦୧୯ ମସିହାରୁ ସମର୍ଥ ଭରତ ଗ୍ୟାସ୍‌ ଗ୍ରାମୀଣ ବିତରକଙ୍କଠାରୁ ସଂଯୋଗ ଦିଆଯାଇଥିବା ଏବେ ଜଣାପଡ଼ିଛି। ହିତାଧିକାରୀଙ୍କ ଅଗୋଚରରେ ବି ଗ୍ୟାସ୍ ସଂଯୋଗ ଇସ୍ୟୁ ହୋଇଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନେ ଏଥିପାଇଁ ଆବେଦନ କରି ନଥିବା ବେଳେ କେମିତି ତାଙ୍କ ନାମରେ ଗ୍ୟାସ୍ ସଂଯୋଗ ଦିଆଯାଇଛି, ତାହାର ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି। ଉଜ୍ଜ୍ବଳା ଯୋଜନାରେ ହରିଲୁଟ୍‌ ଚାଲିଛି। କେମିତି ଓ କେଉଁମାନଙ୍କ ଜରିଆରେ ଗ୍ୟାସ୍‌ ସଂଯୋଗ ଦିଆଯାଇଛି, ସେସବୁର ତଦନ୍ତ କଲେ ଏହି ହରିଲୁଟ୍‌ ରାକେଟ୍‌ର ପର୍ଦାଫାସ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe