ସହରାଞ୍ଚଳ ସମବାୟ ବ୍ୟାଙ୍କ୍‌ର କୋଟିଏ ଟଙ୍କା ଗାଏବ୍

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୬%

Hindustan Times

ପାରଳାଖେମୁଣ୍ଡି : ରାଜ୍ୟରେ ସମବାୟ ବ୍ୟାଙ୍କ୍ ଗୁଡ଼ିକର ସୁଦୃଢ଼ୀକରଣ କରିବା ସହ ଲୋକଙ୍କୁ ସମବାୟ ବ୍ୟାଙ୍କିଂ ସୁବିଧା ଓ ଋଣ ପ୍ରଦାନ ନିମନ୍ତେ ସରକରଙ୍କ ପକ୍ଷରୁ ମାଳମାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କିନ୍ତୁ ସମସ୍ତ ଯୋଜନାର ସୁଫଳ ମିଳିବା ପରିବର୍ତ୍ତେ, ସମବାୟ ବ୍ୟାଙ୍କ୍ ଗୁଡ଼ିକରେ ବ୍ୟାପଦ ଦୁର୍ନୀତି ଏବଂ ଅନିୟମିତତା ପଦାରେ ପଡ଼ିବାରେ ଲାଗିଛି। କେଉଁଠି ନିର୍ବାଚିତ ନିର୍ଦ୍ଦେଶକ ଓ ସଭାପତିଙ୍କ ମନମାନି ତ, ଆଉ କେଉଁଠି ନିର୍ଚାଚିତ ପରିଚାଳନା ସମିତି ସହ କର୍ମଚାରୀଙ୍କ ଅସହଯୋଗ କାରଣରୁ ଦୁର୍ନୀତି ଅଭିଯୋଗ ଆସୁଛି।

ଆସିକା ଚିନିକଳ ପରେ ଏବେ ଗଜପତି ଜିଲ୍ଲା ପାରଳ‌ାଖେମୁଣ୍ଡି ସହରାଞ୍ଚଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ରେ ଆର୍ଥିକ ଅନିୟମିତତା ଆଲୋଡ଼ନ ସୃଷ୍ଟି ହୋଇଛି। ବ୍ୟାଙ୍କ୍‌ର ଏକାଥରକେ କୋଟିଏ ଟଙ୍କା ଗାଏବ୍ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ୍‌ରେ ସିକ୍ୟୁରିଟି ଡିପୋଜିଟ ଅର୍ଥକୁ ସିକ୍ୟୁରିଟି ବଣ୍ଡ୍ ମାଧ୍ୟମରେ ଜମା ପାଇଁ କୋଲକାତାର ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନି। ଏହି ବେସରକାରୀ ସଂସ୍ଥା ଅର୍ବାନ୍ ବ୍ୟାଙ୍କର ଅର୍ଥ ହଡ଼ପ କରିଥିବା ସୂଚନା ମିଳିଛି। ଏନେଇ ଜାନୁଆରି ମାସରେ ପାରଳା ଥାନାରେ ଏତଲା ଦିଆଯାଇଛି। କିନ୍ତୁ କୋଟିଏ ଟଙ୍କା କୁଆଡ଼େ ଗଲା ଏବାବଦରେ କୌଣସି ଥଳକୁଳ ମିଳୁନି।

ପାରଳା ସହରର ସର୍ବପୁରାତନ ସଂସ୍ଥା ଅର୍ବାନ୍ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ୍‌ର କୋଟିଏ ଟଙ୍କା ଗାଏବ୍ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ପରିଚାଳନା ଦାୟିତ୍ବରେ ଥିବା ସମ୍ପାଦକ ଓ ଅନ୍ୟ କର୍ମଚାରୀ ମୁହଁ ଖୋଲୁନାହାନ୍ତି। ତେବେ ନିର୍ବାଚିତ ନିର୍ଦ୍ଦେଶକଙ୍କ ମଧ୍ୟରୁ କିଛି ନିର୍ଦ୍ଦେଶକ ଏହି ଅନିୟମିତାରେ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ଡା ଓ ଏମ୍‌.ଗାଡେୟା ଅଭିଯୋଗ ଆଣିଛନ୍ତି। ସେହିପରି ବ୍ୟାଙ୍କ୍ ସଭାପତି ଦାୟିତ୍ବରେ ଥିବା ଏନି.ଶଙ୍କରୀଙ୍କ ଅସୁସ୍ଥତା ଯୋଗୁଁ ପ୍ରାୟ ୩ ମାସ ହେଲା ବ୍ୟାଙ୍କ୍‌ ପରିଚାଳନା ବୈଠକ ନିୟମିତ ଭାବେ ଆୟୋଜନ ହୋଇପାରୁନାହିଁ।

ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଗତବର୍ଷ ଆରବିଆଇ ଜମାକାରୀ ସମବାୟ ବ୍ୟାଙ୍କ୍ ଗୁଡ଼ିକୁ ଏକ କୋଟି ଟଙ୍କାର ସୁରକ୍ଷା ଅର୍ଥ (ସିକ୍ୟୁରିଟି ଡିପୋଜିଟ) ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପଇଠ ଅର୍ଥ ସିକ୍ୟୁରିଟି ବଣ୍ଡ୍ ମାଧ୍ୟମରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଦାଖଲ ହେବା କଥା। ସେହି ନିୟମ ପ୍ରକାରେ ସ୍ଥାନୀୟ ସମବାୟ ବ୍ୟାଙ୍କ୍‌ର ଏକ କୋଟି ଟଙ୍କାକୁ ଏକ ବେସରକାରୀ ସଂସ୍ଥା ସହାୟତାରେ ସିକ୍ୟୁରିଟି ବଣ୍ଡ୍‌ ଜମା କରିବା ଦାୟିତ୍ୱ ଦିଆଯାଇଥିଲା। ଏହି ଅର୍ଥ ପାଇବା ପରେ କୋଲକାତା ସ୍ଥିତ ବେସରକାରୀ ସଂସ୍ଥା ହଡ଼ପ କରିଥିବା ଅଭିଯୋଗ ହୋଇଛି। ତେବେ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ନିର୍ଦ୍ଦେଶକ ମାନେ ଏକ ଜରୁରୀକାଳୀନ ବୈଠକ ଡାକିବା ସହ ଏହା ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe