new indian express
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଶନିବାର ରାତିରେ ଏକ ବଡ଼ ଅଘଟଣ ଘଟିଛି। ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଅଜା ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଦୁଇ ନାବାଳକ ସେମାନଙ୍କ ଅଜାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ରାତିରେ ଯାଇଥିଲେ। ହେଲେ ବିଦ୍ୟୁତ୍ ତାର ଫାଶରେ ଲାଗି ଯାଇଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ (ରାତି ୧୨ଟା ସୁଦ୍ଧା) ମୃତାହତଙ୍କ ନାମ ଜଣାପଡ଼ି ନାହିଁ।
Follow Us