ଏକାନ୍ତବାସରେ ଗଲେ ଏସ୍‌ସିବିର ୪ କନିଷ୍ଠ ଡାକ୍ତର: ତୃତୀୟ କରୋନା ରୋଗୀଙ୍କ ସହ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଫେରିଥିଲେ

Advertisment

୧୦୪ରେ କଲେ ପଂଜୀକରଣ, ୨ଜଣଙ୍କୁ ଥଣ୍ଡା, କାଶ

୧୦୪ରେ କଲେ ପଂଜୀକରଣ, ୨ଜଣଙ୍କୁ ଥଣ୍ଡା, କାଶ

ବଡ଼ମେଡ଼ିକାଲ ଆଉଟ୍‌ଡ଼ୋରକୁ ମିଳୁନି ଆଣ୍ଟିଜେନ୍‌ କିଟ୍‌

କଟକ: ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀଙ୍କ ପାଇଁ ଏବେ ସଂକ୍ରମଣ ଭୟ ବଢିବାରେ ଲାଗିଛି। ଏହି ରୋଗୀ ଚିହ୍ନଟ ହେବା ପରେ କଟକ ବଡ଼ ଡାକ୍ତରଖାନାରେ ବି ଏହାର ପ୍ରଭାବ ଅନୁଭବ ହୋଇଛି। ଏସ୍‌ସିବି ମେଡିକାଲ କଲେଜର ଏକ ନିର୍ଦ୍ଦିଷ୍ଟ ବିଭାଗର ୪ ଜଣ ପିଜି ଡାକ୍ତର ଛାତ୍ରଙ୍କୁ ଆଇସୋଲେସନ୍‌ରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହି ୪ଜଣ ଛାତ୍ର ଉକ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ଦିଲ୍ଲୀରୁ ଇଣ୍ଡିଗୋ ବିମାନରେ ‌ଭୁବନେଶ୍ବର ଫେରିଥିଲେ। କରୋନା ଚିହ୍ନଟ ବ୍ୟକ୍ତିଙ୍କ ପଛ ସିଟ୍‌ରେ ଏମାନେ ଯାତ୍ରା କରିଥିଲେ। ଆଜି ସଂପୃକ୍ତ ବ୍ୟକ୍ତିଙ୍କ ବିମାନ ସିଟ୍ ସଂପର୍କରେ ସୂଚନା ଜାରି ହେବା ପରେ ଏହି ୪ଜଣ ଡାକ୍ତରୀ ଛାତ୍ର ନିଜର ନାମ ସ୍ବାସ୍ଥ୍ୟ ବିଭାଗର ହେଲ୍ପଲାଇନ୍‌ ନମ୍ବର ୧୦୪ରେ ରେଜିଷ୍ଟ୍ରେସନ୍‌ କରିଥିଲେ। ଗଲା ୧୦ ତାରିଖରେ ଫେରିଥିବା ଏହି ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଥଣ୍ଡା, କାଶ ହେଉଥିବା ବେଳେ ଅନ୍ୟ ୨ଜଣ କିନ୍ତୁ ସୁସ୍ଥ ଅଛନ୍ତି। ଉକ୍ତ ଛାତ୍ରମା‌ନେ ଡେରାଡୁନ୍‌ରେ ଆୟୋଜିତ ଏକ କନ୍‌ଫରେନ୍ସରେ ଯୋଗ ଦେଇ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। ଏପରିକି ଏସ୍‌ସିବିକୁ ଫେରିବା ପରେ‌ ରୋଗୀ ଦେଖିବା ସହିତ ବିଭିନ୍ନ ଅସ୍ତ୍ରୋପଚାରରେ ବି ସହାୟତା କରିଛନ୍ତି। ଏ ସଂପର୍କରେ ଏସ୍‌ସିବି ଅଧୀକ୍ଷକ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe