ଏସ୍‌ସିବି କାଜୁଆଲ୍‌ଟିର ରୂପରେଖ ବଦଳିବ

ଦୁଇଭାଗ ହେବ କାଜୁଆଲ୍‌ଟି, ଆଇସୋଲେସନ୍‌ ପାଇଁ ରହିବ ୨୦ ବେଡ୍‌

ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : କରୋନା ପାଇଁ ବଦଳିବ କଟକ ବଡ଼ ଡାକ୍ତରଖାନା କାଜୁଆଲିଟି(ଆଶୁଚିକିତ୍ସା ବିଭାଗ)ର ରୂପରେଖ। ଦୁଇଭାଗରେ ବିଭକ୍ତ ହେବ କାଜୁଆଲ୍‌ଟି। କାରୋନା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଇସୋଲେସନ୍‌ର ୨୦ ଶଯ୍ୟା ବ୍ୟବସ୍ଥା କରାଯିବ। ଏଥିପାଇଁ କାଜୁଆଲ୍‌ଟି ପଛପଟେ ଥିବା ସ୍ଥାନରେ ଆରମ୍ଭ ‌ହୋଇଛି ନିର୍ମାଣ କାମ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ପୂର୍ବରୁ ‌କେବଳ ଦୁଇ/ତିନଟି ରୋଗର ପରୀକ୍ଷା ଓ ଇନ୍‌ଭେଷ୍ଟିଗେସନ୍‌ ହୋଇପାରୁଥିବାବେଳେ ଏବେ ଏହାକୁ ପରିବର୍ଦ୍ଧିତ କରାଯାଉଛି। ରୋଗୀମାନଙ୍କୁ ହୃଦ୍‌ଘାତଠାରୁ ଆରମ୍ଭ କରି ଅନେକ ଜରୁରୀ ଚିକିତ୍ସା ସେବା କାଜୁଆଲିଟିରେ ହିଁ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏପରିକି କାଜୁଆଲ୍‌ଟିକୁ ଦୁଇଭାଗ କରାଯାଇ ଟ୍ରମା ଓ ମେଡିକାଲ ଭାବରେ ବିଭକ୍ତ କରାଯାଇ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ହେଉଛି। କାଜୁଆଲ୍‌ଟିର ଭିତ୍ତିଭୂମିର ବିକାଶ ପାଇଁ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ଅନେକ ନିଷ୍ପତ୍ତି ନିଆଯାଇଛି। ଲାବୋରେଟୋରିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ମଧ୍ୟ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କରୋନା ପରଠାରୁ ଏସ୍‌ସିବି କାଜୁଆଲ୍‌ଟିରେ ରୋଗୀଙ୍କ ସଂଖ୍ୟା ଦୁଇଗୁଣା ବଢ଼ିଛି। ବିନା ଆଣ୍ଟିଜେନ୍‌ ଟେଷ୍ଟରେ ରୋଗୀଙ୍କୁ ଆଡମିସନ୍‌ କରାଯାଉ ନଥିବାବେଳେ କାଜୁଆଲ୍‌ଟିରେ ସନ୍ଦିଗ୍ଧ ରୋଗୀଙ୍କୁ ସ୍ବତନ୍ତ୍ର ଆଇସୋଲେସନ୍‌ରେ ରଖିବା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା ନଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା କରାଯାଉଛି। ଏପରିକି ଅନେକ ସମୟରେ ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସୁଥିବା ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପର୍ଯ୍ୟନ୍ତ ରୋଗୀଙ୍କୁ ଏଠାରେ ଘଣ୍ଟା ଘଣ୍ଟା ଧରି ରହିବାକୁ ପଡ଼ୁଛି। ରୋଗୀ ସ୍ଥାନାନ୍ତରିତ ହେବାପରେ ପୁଣି ସେହି ବେଡ୍‌ରେ ଅନ୍ୟଜଣେ ସନ୍ଦିଗ୍ଧଙ୍କୁ ରଖାଯାଉଛି। ଏ ସବୁକୁ ଦୃଷ୍ଟିରେ ରଖି କାଜୁଆଲ୍‌ଟି ଉନ୍ନତିକରଣର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe