ଏସ୍‌ସିବି ‘ରିମାଟୋଲୋଜି ବିଭାଗ’ ନାଁ ବଦଳିଲା: ଏଣିକି ‘କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଏଣ୍ଡ ରିମାଟୋଲୋଜି’

Advertisment

ଜୁଲାଇରୁ ପ୍ରଫେସରଶୂନ୍ୟ ହେବ ବିଭାଗ

ଜୁଲାଇରୁ ପ୍ରଫେସରଶୂନ୍ୟ ହେବ ବିଭାଗ

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

Sambad

କଟକ: ଏସ୍‌ସିବିର ରିମାଟୋଲୋଜି ବିଭାଗର ନାମକୁ ପରିବର୍ତ୍ତନ କରାଯାଇଛି। ଏଣିକି, ବିଭାଗ ‘କ୍ଲିନିକାଲ ଇମ୍ୟୁନୋଲୋଜି ଏଣ୍ଡ ରିମାଟୋଲୋଜି’ ନାମରେ ପରିଚିତ ହେବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏନ୍‌ଏମ୍‌ସି (ନ୍ୟାସନାଲ ମେଡିକାଲ କମିସନ) ନିର୍ଦ୍ଦେଶ ଅନୁସାରେ ଏହାର ନାମ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଗୋଟିଏପଟେ ନାମ ପରିବର୍ତ୍ତନ କରାଯାଇଥିବାବେଳେ ଅନ୍ୟପଟେ ଆସନ୍ତା ଜୁଲାଇ ମାସରୁ ବିଭାଗ ପ୍ରଫେସର ଶୂନ୍ୟ ହୋଇଯିବ। କାହିଁକିନା, ଆସନ୍ତା ୩୦ତାରିଖରେ ରାଜ୍ୟର ପ୍ରଖ୍ୟାତ ରିମାଟୋଲୋଜି ବିଶେଷଜ୍ଞ ପ୍ରଫେସର ଡାକ୍ତର ବିଦ୍ୟୁତ୍‌ ଦାସ ଅବସରଗ୍ରହଣ କରିବେ। ପ୍ରଫେସର ଡାକ୍ତର ବିଦ୍ୟୁତ୍‌ ଦାସ ଅବସର ଗ୍ରହଣ କରିବାପରେ ଏବେ ବିଭାଗ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ଚୁକ୍ତିଭିତ୍ତିକ ପ୍ରଫେସରଙ୍କୁ ନେଇ ଚାଲିବ। ଏଥିସହିତ, ଏସ୍‌ସିବିର ଅନ୍ୟ ୬ଟି ବିଭାଗ ଭଳି ଏହି ୭ମ ବିଭାଗଟି ପ୍ରଫେସର ଶୂନ୍ୟ ହୋଇଯିବ।

ଅନ୍ୟପଟେ, ସରକାର କଟକ ବଡ଼ ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଜ୍ୟର ସବୁଠୁ ବଡ଼ ରେଫରାଲ୍‌ ହସ୍ପିଟାଲ ଭାବେ ଏସ୍‌ସିବିରେ ଏବେ ବିଶେଷଜ୍ଞ ଡାକ୍ତର ସମସ୍ୟ‌ା ଏକ ବିରାଟ ସମସ୍ୟା ଭାବେ ଦେଖାଦେଇଛି। ଯାହାକି ଚିକିତ୍ସା ବ୍ୟବସ୍ଥାକୁ ଧୀରେ ଧୀରେ ପଙ୍ଗୁ କରିଦେବାକୁ ବସିଲାଣି। ଏବେ ଯଦି ଦେଖାଯାଏ; ନେଫ୍ରୋଲୋଜି, ୟୁରୋଲୋଜି, ମାଇକ୍ରୋବାୟୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ସର୍ଜରି, ଫିଜିଓଲୋଜି, ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ ଆଦି ବିଭାଗ ପ୍ରଫେସର ଶୂନ୍ୟ ରହିଛି। ବର୍ତ୍ତମାନ ଏଥିରେ କ୍ଲିନିକାଲ୍‌ ଇମ୍ୟୁନୋଲୋଜି ଏଣ୍ଡ ରିମାଟୋଲୋଜି ବିଭାଗ ଯୋଡ଼ି ହେବାକୁ ଯାଉଛି। ଗୋଟିକ ପରେ ଗୋଟିଏ ବିଭାଗ ପ୍ରଫେସର ଶୂନ୍ୟ ହେଉଥିବାବେଳେ ଆଗକୁ ବିଭିନ୍ନ ବିଭାଗକୁ ଏନ୍‌ଏମ୍‌ସି ପରିଦର୍ଶନରେ ଆସିବାର ସମୟ ଧାର୍ଯ୍ୟ ହୋଇଛି। ପ୍ରଫେସର ଅଭାବ ଯୋଗୁ ବିଭିନ୍ନ ବିଭାଗ ଡିଏମ୍‌ ପାଠ୍ୟକ୍ରମ ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ଦେଖାଦେଇଛି। କେବଳ ସେତିକି ନୁହେଁ, ବିଭାଗରେ ଡକ୍ଟର ଅଫ୍‌ ନାସନାଲ୍‌ ବୋର୍ଡ(ଡିଆରଏନ୍‌ବି) ପାଠ୍ୟକ୍ରମ ଚଳିତବର୍ଷରୁ ଆରମ୍ଭ ହୋଇଥିବାବେଳେ ଏହି ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe