ମାଂସପେଶୀର ଫାଇବର ଟେଷ୍ଟିଂ ମେସିନ ଆସିବା ଦିନରୁ ଅଚଳ, ଏସ୍‌ସିବି କେମିତି ହେବ ଏମ୍‌ସ ପ୍ଲସ୍‌?

Advertisment
ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : କଟକର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ ଏମ୍‌ସ ପ୍ଲସ ହସ୍ପିଟାଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ରହିଥିବା ଭିତ୍ତିଭୂମି ଉପକରଣର ସ୍ଥିତି ଯାହା ତାହା ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ସୃଷ୍ଟି କ‌ରୁଛି। ଏହାର ଏକ ଉଦାହରଣ ହେଉଛି ମାଂସପେଶୀର ଫାଇବର ଟେଷ୍ଟିଂ ତଥା ବିଶେଷ କରି ମିଆଁସ୍ଥାନିୟା ଗ୍ରାଭିସ୍ ବା ଏମଜି ରୋଗର ନିରୂପଣ ପାଇଁ ଏସ୍‌ସିବିକୁ ଆସିଥିବା ରାଜ୍ୟରେ ପ୍ରଥମ ମେସିନର ସ୍ଥିତି। ଏହି ମେସିନ ଆସିବା ଦିନରୁ ଅଚଳ। ହେଲେ ୨ବର୍ଷ ହେଲା ଚିଠି ଦିଆନିଆରେ ବନ୍ଧା ପଡିଛି ମେସିନର ଭାଗ୍ୟ। ରୋଗୀଙ୍କ ସେବାରେ ବ୍ୟବହାର ହୋଇପାରୁନି କି ପାଠ ପଢାରେ ଲାଗିପାରୁନି। ଆଉ ୮ମାସ ଗଲେ ଏହାର ୱାରେଣ୍ଟି ଅବଧି ସରିଯିବ ବୋଲି ଜଣାପଡ଼ିଛି।

୨୦୧୮ରେ ଆସିଥିବା ଏହି 'ସିଙ୍ଗଲ ଫାଇବର ଇଏମଜି' ମେସିନ ରାଜ୍ୟ ଚିକିତ୍ସା ବ୍ୟବସ୍ଥାରେ ଏକ ସଫଳ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଥିଲା। ଦେଶର ହାତଗଣତି ପ୍ରତିଷ୍ଠାନରେ ଏହି ଉପକରଣ ରହିଛି। ମାଂସପେଶୀର ଫାଇବର ଟେଷ୍ଟିଂ ଓ ମାଂସପେଶୀରେ ସମସ୍ୟା ସଂପର୍କରେ ଡାକ୍ତରମାନେ ଏହାଦ୍ବାରା ସହଜରେ ଜାଣିପାରିବା ସହିତ ସେହି ଅନୁସାରେ ରୋଗୀର ଚିକିତ୍ସା କରି ପାରିଥା’ନ୍ତେ। ଏହି ପରୀକ୍ଷା ପାଇଁ ବ୍ୟବହୃତ ଛୁଞ୍ଚିର ଦାମ୍‌ ମଧ୍ୟ ବ୍ୟୟବହୁଳ ଅର୍ଥାତ ୨୫ ହଜାର ଟଙ୍କା। ୩୦ଲକ୍ଷ ଟଙ୍କା ବ୍ୟୟରେ ଏଭଳି ମେସିନ ରାଜ୍ୟରେ ପ୍ରଥମଥର ପାଇଁ ଅଣାଯିବା ଓ ବ୍ୟବହାର ନ ହୋଇ ପଡିରହିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଏମସିଆଇ ଗାଇଡଲାଇନକୁ ମାନିବା ପାଇଁ ଏଭଳି ବ୍ୟୟବହୁଳ ମେସିନ କିଣାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। କିନ୍ତୁ ମେସିନ ଖରାପ ଥିବା ସମ୍ପର୍କରେ ବାରମ୍ବାର ଚିଠି ମଧ୍ୟାମରେ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ମେସିନ ଯୋଗାଣ କରିଥିବା କମ୍ପାନିକୁ ଅବଗତ କରାଯାଇଥିଲେ ସୁଦ୍ଧା ସମସ୍ତେ ଚୁପ୍‌। ଏସ୍‌ସିବିରେ ଏଭଳି ଅନେକ ମେସିନ ଏବେ ଖତ ଖାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe