indianadmissionsguru.com
କଟକ : କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଡାଏଲିସିସ କରାଉଥିବା ରୋଗୀଙ୍କ ପାଇଁ କଟକ କଟକ ବଡ଼ ଡାକ୍ତରଖାନା(ଏସ୍ସିବି)ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅନେକ ରୋଗୀ ଥଣ୍ଡା, କାଶ, ଜ୍ବରରେ ଆକ୍ରାନ୍ତ ହୋଇ ଡାଏଲିସିସ୍ ପାଇଁ ଆସୁଛନ୍ତି। ତେଣୁ ସେମାନଙ୍କ ଭିତରେ ଯେ କୌଣସି କରୋନା ଆକ୍ରାନ୍ତ ନଥିବେ, ସେ ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ। ସେଥିପାଇଁ କଟକ ବଡ଼ମେଡିକାଲ ନେଫ୍ରୋଲୋଜି ବିଭାଗରେ ଖୋଲାଯାଇଛି ସ୍ବତନ୍ତ୍ର ଏନ୍କ୍ଲୋଜର। ଆସୁଥିବା ରୋଗୀଙ୍କୁ ପ୍ରଥମେ ସ୍କ୍ରିନିଂ କରାଯାଉଛି। ସେଠାରେ ୬ଟି ବେଡ୍ ବ୍ୟବସ୍ଥା କରାଯାଇଛି। ଯଦି କିଛି ସନ୍ଦେହ ହେଉଛି, ତୁରନ୍ତ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ଓପିଡିକୁ ପଠାଯାଉଛି।
ମିଳିିଥିବା ସୂଚନା ଅନୁସାରେ, ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୧୫ରୁ ୨୦ ଜଣ ରୋଗୀଙ୍କୁ ପଠାଯାଇଛି। ସେଥିରୁ ୨ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି। ଏସ୍ସିବିରେ ଗୋଟିଏ ଦିନରେ ୫୬ଜଣଙ୍କର ଡାଏଲିସିସ୍ କରାଯାଉଛି। ଲକ୍ଡାଉନ୍ ସମୟରେ ଅର୍ଥାତ୍ ୨୫ରୁ ୧୧ ତାରିଖ ଭିତରେ ଏସ୍ସିବିରେ ୮୦୩ ରୋଗୀଙ୍କ ଡାଏଲିସିସ୍ କରାଯାଇଛି। କିନ୍ତୁ ପୂର୍ବରୁ ୱାର୍ଡରେ ଅଢେଇ ଶହରୁ ଅଧିକ ରୋଗୀ ରହୁଥିବାବେଳେ ଏବେ ଏହାର ସଂଖ୍ୟା ଖସି ଆସିଛି ୭୦କୁ। କିନ୍ତୁ ଡାଏଲିସିସ୍ ସଂଖ୍ୟା କମିନି। ପୂର୍ବରୁ ଡାଏଲିସିସ୍ ରୋଗୀ ରହୁଥିବାବେଳେ ଏବେ କରୋନା ପାଇଁ ଡାଏଲିସିସ୍ ସରିବା ପରେ ହିଁ ସେମାନେ ଘରକୁ ପଳାଉଛନ୍ତି।
Follow Us