ଏସ୍‌ସିବିରେ ଘଣ୍ଟା ଘଣ୍ଟା ଧରି ୱାର୍ଡ ବାହାରେ ପଡୁଛନ୍ତି କରୋନା ସଂକ୍ରମିତ

ଏସ୍‌ସିବିରେ ୟୁରୋଲୋଜି କର୍ମଶାଳା: ୨୦ ଜଣଙ୍କ ଲାଇଭ୍ ଅସ୍ତ୍ରୋପଚାର

indianadmissionsguru.com

କଟକ : ଆଣ୍ଟିଜେନ୍‌ ପରୀକ୍ଷାରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀ ଘଣ୍ଟା ଘଣ୍ଟା ଧରି ପଡ଼ିରହୁଛନ୍ତି ଏସସିବି ବାରଣ୍ଡାରେ। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ତ ଦୂରର କଥା ସେମାନଙ୍କୁ ଏସ୍‌ସିବି ଆଇସୋଲେସନ୍‌କୁ ନିଆଯାଇପାରୁନି। ଫଳରେ ଏହା ସଂକ୍ରମଣକୁ ବ୍ୟାପକ କରୁଥିବା ଅଭିଯୋଗ ହେଉଛି।

କରୋନା ସଂକ୍ରମିତଙ୍କୁ ଆଇସୋଲେସନ୍‌ରେ ରଖିବା ପାଇଁ ସରକାର ଏସ୍‌ସିବିକୁ ନନ୍‌କୋଭିଡ୍‌ ହସ୍ପିଟାଲ ଭାବେ ମାନ୍ୟତା ଦେଇଛନ୍ତି। କିନ୍ତୁ କରୋନା ସଂକ୍ରମିତ ଚିହ୍ନଟ ହେଲେ ବା ସନ୍ଦିଗ୍ଧଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଂକ୍ରମିତ ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ଆଇସୋଲେସନ୍‌ ୱାର୍ଡରେ ରହିବେ। ଟ୍ରାନ୍‌ଜିଟ୍‌ ହୋମ ଭଳି କାମ କରିବ ଏସ୍‌ସିବି। ଦୁଇସପ୍ତାହ ହେଲା ଏସ୍‌ସିବିରେ ବିନା ଆଣ୍ଟିଜେନ୍‌ ପରୀକ୍ଷାରେ ରୋଗୀଙ୍କୁ ଆଡମିସନ୍‌ କରାଯାଉନାହିଁ। ତେବେ ସବୁଠାରୁ ଦୁଭାର୍ଗଜନକ ଘଟଣା ହେଲା ଆଣ୍ଟିଜେନ୍‌ ପରୀକ୍ଷା ରିପୋର୍ଟରେ ପଜିଟିଭ୍‌ ଆସୁଥିବା ରୋଗୀ ଚିହ୍ନଟ ହେବା ପରେ ଘଣ୍ଟା ଘଣ୍ଟା ଧରି ଓପିଡିରେ ରହୁଛନ୍ତି। ଆଜି ନେଫ୍ରୋଲୋଜି ବିଭାଗରେ ୩ଜଣ ରୋଗୀ ଓ ଜଣେ ସଂପର୍କୀୟ ଆଣ୍ଟିଜେନ୍‌ ପରୀକ୍ଷାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦୀର୍ଘ ୩ଘଣ୍ଟା ଧରି କେବଳ ଫୋନରେ ଚାଲିଲା ସଂକ୍ରମିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା। କିନ୍ତୁ ରୋଗୀଙ୍କୁ ଆଇସୋଲେସନ୍‌କୁ ମଧ୍ୟ ନିଆଗଲା ନାହିଁ। ୩ଘଣ୍ଟ‌ାପରେ ୪ଜଣ ସଂକ୍ରମିତଙ୍କୁ ଏସ୍‌ସିବି ଆଇସୋଲେସନ୍‌କୁ ନିଆଗଲା।

କେବଳ ନେଫ୍ରୋଲୋଜି ବିଭାଗ ନୁହେଁ, ସବୁ ବିଭାଗରେ ସଂକ୍ରମିତଙ୍କ ଏଭଳି ଦୟନୀୟ ଅବସ୍ଥା। ୪ ଦିନ ତଳେ ନ୍ୟୁରୋସର୍ଜରି ବିଭାଗରେ ମଧ୍ୟ ଜଣେ ରୋଗୀ ସଂପର୍କୀୟ କ‌ରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ସାରା ରାତି ୱାର୍ଡ ବାହାରେ ବସିଲେ ସଂକ୍ରମିତ। ଅନେକ ସମୟରେ ସଂକ୍ରମିତଙ୍କୁ ସ୍ଥାନାନ୍ତର କରାଯାଉ ନଥିବାରୁ ସେମାନେ ଖସି ପଳାଉଥିବା ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe