କଟକ : ଏସ୍ସିବି ମେଡିକାଲ କଲେଜକୁ ତୁରନ୍ତ ସ୍ବୟଂଶାସିତ ମାନ୍ୟତା ଦେବା ଏବଂ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଖୋଲିବା ଦାବି ନେଇ ଏସ୍ସିବି ମେଡିକାଲ ଛାତ୍ର ସଂସଦ ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସାମୟିକଭାବେ ପ୍ରତ୍ୟାହୃତ ହୋଇଛି। ଛାତ୍ରସଂସଦର ଜରୁରୀ ବୈଠକ ପରେ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିବା ଛାତ୍ରସଂସଦର ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୁଇ ମାସ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛି ଛାତ୍ରସଂସଦ। ଏହି ସମୟ ଭିତରେ ସରକାର ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କିମ୍ବା ଏସ୍ସିବିକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ଉପରେ ନିଷ୍ପତ୍ତି ନନେଲେ ଡାକ୍ତରୀ ଛାତ୍ରଛାତ୍ରୀମାନେ ପ୍ରଥମେ ୩ ଦିନ କଳା ବ୍ୟାଜ୍ ପିନ୍ଧି ପାଠ ପଢିବେ( କ୍ଲାସ୍ କରିବେ), ତା’ପରେ ପୁଣି ଆନ୍ଦୋଳନଙ୍କୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିସହ ଆସନ୍ତାକାଲି ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।
ଏସ୍ସିବିକୁ ସ୍ବୟଂଶାସିତ ମାନ୍ୟତା ଆନ୍ଦୋଳନ ପ୍ରତ୍ୟାହୃତ
Advertisment
Follow Us